Sat. Mar 7th, 2026

ପାଗଳ ପ୍ରେମିକର ଉନ୍ମତ୍ତକାଣ୍ଡ; ହୀରୋଇନ୍‌ଙ୍କ ମୁଣ୍ଡରେ ବନ୍ଧୁକ ରଖି ବାହା ହେବାକୁ ବାଧ୍ୟ କଲା

289 Views

ଲକ୍ଷ୍ନୌ: ଫିଲ୍ମ ଶୁଟିଂ ବେଳେ ପାଗଳ ପ୍ରେମିକର ଉନ୍ମତ୍ତକାଣ୍ଡ। ଅଭିନେତ୍ରୀଙ୍କ ମୁଣ୍ଡରେ ବନ୍ଧୁକ ରଖି ବାହା ହେବାକୁ ବାଧ୍ୟ କରିବା ସହିତ ବୁଝାଇବାକୁ ଆସିଥିବା ଏସ୍‌ପିଙ୍କ ଉପରକୁ ଚଳାଇଲା ଗୁଳି। ଗତକାଲି ଏମିତି ଏକ ଘଟଣା ଦେଖିବାକୁ ମିଳିଥିଲା ଉତ୍ତର ପ୍ରଦେଶର ସୋନଭଦ୍ରରେ।

ଏଠାରେ ଏକ ହୋଟେଲ୍‌ରେ ଭୋଜପୁରୀ ଫିଲ୍ମ ‘ଅଭାଗୀନ ବିଟିଆ’ର ଶୁଟିଂ ଚାଲିଥିବା ବେଳେ ହଠାତ୍ ଜଣେ ଯୁବକ ସେଠାରେ ପହଞ୍ଚି ଗୁଳି ଫୁଟାଇବା ସହିତ ହିରୋଇନ୍ ରିତୁ ସିଂହଙ୍କୁ ନିଜ କବଜାକୁ ନେଇ ଯାଇଥିଲା।  ସେ ରିତୁଙ୍କ ମୁଣ୍ଡରେ ବନ୍ଧୁକ ରଖି ତାଙ୍କୁ ବାହା ହେବାକୁ ବାଧ୍ୟ କରିଥିଲା।

ଗୁଳିମାଡ଼ରେ ଜଣେ ଯୁବକ ଗୁରୁତର ଆହତ ହୋଇଥିବା ବେଳେ ଖବର ପାଇ ଏସ୍‌ପି ସଲମାନ୍ ତାଜ୍ ପାଟିଲ୍ ଏକ ଟିମ୍ ସହିତ ସେଠାରେ ପହଞ୍ଚିଥିଲେ। ସେ ଉକ୍ତ ଯୁବକକୁ ବୁଝାଇବା ପାଇଁ ପ୍ରୟାସ କରିଥିଲେ। ତେବେ ଏସ୍‌ପି ତା’ ଆଡ଼କୁ ଅଗ୍ରସର ହେବା ମାତ୍ରେ ସେ ଗୁଳି ଚଳାଇ ଥିଲା।  ତେବେ ଏସ୍‌ପି ଅଳ୍ପକେ ବର୍ତ୍ତି ଯାଇଥିଲେ। ଏହା ପରେ କୌଣସି ମତେ ପୁଲିସ୍ କର୍ମଚାରୀମାନେ ତାକୁ କାବୁ କରିବାରେ ସଫଳ ହୋଇଯାଇଥିଲେ। ପୁଲିସ୍ କର୍ମଚାରୀମାନେ ତାକୁ ଧରିବା ପରେ ନିସ୍ତୁକ ପିଟିଥିଲେ। ତାକୁ ଗିରଫ କରାଯାଇଥିବା ବେଳେ ଏ ଘଟଣାରେ ପୁଲିସ୍ ଅଧିକ ଖୋଳତାଡ଼ କରୁଛି। ଅଭିନେତ୍ରୀ ରିତୁ ସିଂହଙ୍କୁ ବି ପଚରାଉଚରା କରାଯାଇଛି।

By amfnews

Related Post