Sun. Apr 20th, 2025

ପାଖେଇ ଆସୁଛି ବଡ଼ ଦିନ, ଚଳଚଞ୍ଚଳ କନ୍ଧମାଳ

By amfnews Dec 23, 2019 #Featured
197 Views

ଫୁଲବାଣୀ : ବଡ଼ଦିନ ପର୍ବ ପାଖେଇ ପାଖେଇ ଆସୁଥିବା ବେଳେ କନ୍ଧମାଳ ଜିଲ୍ଲାରେ ଥିବା ଚର୍ଚ୍ଚଗୁଡ଼ିକ ସଜେଇ ହେବା ଆରମ୍ଭ କଲାଣି। ଏହି ପର୍ବକୁ ଆଡମ୍ବର ସହକାରେ ପାଳନ ନିମନ୍ତେ ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କ ମଧ୍ୟରେ ଦେଖାଦେଲାଣି ଉତ୍ସୁକତା।

ଏହି ପରିପ୍ରେକ୍ଷୀରେ ଗତକାଲି ସନ୍ଧ୍ୟାରେ ଫୁଲବାଣୀସ୍ଥିତ ବାପଟିଷ୍ଟ ଚର୍ଚ୍ଚରେ ମହିଳା ସମିତି ପକ୍ଷରୁ ମେରୀ ମାର୍କେଟର ଆୟୋଜନ କରାଯାଇଥିଲା । ଏହି ମେରୀ ମାର୍କେଟର ୮ ଟି ଷ୍ଟଲରେ ମହିଳାମାନେ ବିଭିନ୍ନ ରକମର ଖାଦ୍ୟ ପେୟ, ପିଠା, କେକ୍‌ ପ୍ରଭୃତି ପ୍ରସ୍ତୁତ କରି ବିକ୍ରୟ କରିଥିଲେ । ଏହି ମାର୍କେଟକୁ ସବୁ ସମ୍ପ୍ରଦାୟର ଲୋକ ଆସି ବିଭିନ୍ନ ପ୍ରକାରର ସୁସ୍ଵାଦ ଖାଦ୍ୟ ଖାଇବାର ସୁଯୋଗ ପାଇଥିଲେ ।

ଏହି ମେରୀ ମାର୍କେଟରେ ରାଜ୍ୟ ମହିଳା କମିଶନ ଆୟୋଗ ସଦସ୍ୟା ଜାଲିନୀ ପ୍ରିୟଦର୍ଶନୀକୁ ମଧ୍ୟ ଦେଖିବାକୁ ମିଳିଥିଲା । ସେ ମଧ୍ୟ ସେଠାରେ  ବିଭିନ୍ନ ସୁସ୍ୱାଦୁ ଖାଦ୍ୟର ମଜା ନେଇଥିଲେ। ତେବେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଧରାବତରଣ ପୂର୍ବରୁ ଏବଂ  ଭାଇଚାର ମଧ୍ୟରେ ସମସ୍ତେ ହସ ଉଲ୍ଲାସର ସହ ମିଳିତ ଭାବେ ବଡ଼ଦିନ ପର୍ବ ପାଳନ ପାଇଁ ଏହିଭଳି ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଥିବା ବାପଟିଷ୍ଟ ଚର୍ଚ୍ଚର ସମ୍ପାଦକ ଏବଂ ମହିଳା ସମିତିର କର୍ମକର୍ତ୍ତାମାନେ କହିଛନ୍ତି ।

By amfnews

Related Post