Fri. Nov 8th, 2024

ପାକ୍ ଗୋଳାମାଡ଼ର ଏମିତି ଜବାବ ଦେଲା ଭାରତ, ପାକ୍ ସେନା ଦେଖାଇଲା ଧଳା ପତାକା

By amfnews Sep 14, 2019 #Featured
164 Views

ଶ୍ରୀନଗର  : ସୀମାରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନର କଡ଼ା ଜବାବ ଦେଉଛି ଭାରତ। ଅସ୍ତ୍ରବିରତି ଭାରତ ପକ୍ଷରୁ ପ୍ରଥମେ ହେଉଛି ବୋଲି ପାକିସ୍ତାନ ବାରମ୍ୱାର ଅଭିଯୋଗ କରୁଥିଲେ ମଧ୍ୟ ସତ ଏବେ ସାମ୍ନାକୁ ଆସିଛି। ନିକଟରେ ଜମ୍ମୁ କଶ୍ମୀରର ହାଜିପୁରରେ ପାକିସ୍ତାନ ପଟୁ ଅସ୍ତ୍ରବିରତି ଉଲ୍ଲଂଘନ ହୋଇଥିଲା। ଭାରତୀୟ ସେନାର ଜବାବରେ ପାକିସ୍ତାନର ୨ ଜଣ ସେନାଙ୍କ ମୃତ୍ୟୁ ଘଟିଥିଲା। ଏବେ ସେହି ମୃତ ଶରୀରକୁ ନେବା ପାଇଁ ପାକିସ୍ତାନ ଧଳା ପତାକା ଦେଖାଇଛି। ଯାହାର ଏକ ଭିଡିଓ ଖବର ସରବରାହ ସଂସ୍ଥା ଏଏନଆଇ ଟୁଇଟ୍ କରି ଜାରି କରିଛି।

ANI

@ANI

Hajipur Sector: Indian Army killed two Pakistani soldiers in retaliation to unprovoked ceasefire violation by Pakistan. Pakistani soldiers retrieved the bodies of their killed personnel after showing white flag. (10.9.19/11.9.19)

Embedded video

ସୂଚନାଯୋଗ୍ୟ, ନିକଟରେ ପାକିସ୍ତାନ ଭାରତୀୟ ସେନାଙ୍କ ଖବର ନେବା ପାଇଁ ଏକ ନାବାଳିକାର ସହଯୋଗ ନେଇଥିଲା। ଅନୁପ୍ରବେଶ ସ୍ଥାନରେ ଝିଅଟି ପ୍ରବେଶ କରିଥିଲେ ମଧ୍ୟ ବିଏସଏଫ ଯବାନଙ୍କ ଦ୍ୱାରା ଅଟକ ରଖାଯାଇ ପଚରା ଉଚରା କରାଯାଇଥିଲା। ଏହାପରେ ଗଡରା ପୁଲିସକୁ ଅଟକ ନାବାଳିକାକୁ ହସ୍ତାନ୍ତର କରିଥିଲା ବିଏସଏଫ୍। ପୁଲିସ ପଚରାଉଚରା କରିବା ପରେ ନାବାଳିକା ଜଣଙ୍କ ପାକିସ୍ତାନର ନାଗରିକ ବୋଲି ସ୍ୱୀକାର କରିବା ସହିତ ତାଙ୍କ ନାମ ଭାଗଚନ୍ଦ(୧୬) ବୋଲି ପ୍ରକାଶ କରିଥିଲା। ପାକିସ୍ତାନ ସେନାର ମୋହରା ସାଜି ଭାରତୀୟ ସେନା ବାବଦରେ ଖବର ନେବାକୁ ଆସିଥିଲା ବୋଲି ପୁଲିସ ଆଗରେ କହିଥିଲା।

By amfnews

Related Post