125 Views
ଇସ୍ଲାମାବାଦ୍ : ରବିବାର ସକାଳେ ଡେରା ଇସ୍ମାଇଲ୍ ଖାଁ ଜିଲ୍ଲାର ସର୍ବସାଧାରଣଙ୍କ ନିମନ୍ତେ ଉଦ୍ଦିଷ୍ଟ ଏକ ଡାକ୍ତରଖାନାର ମୁଖ୍ୟ ଫାଟକରେ ଆତ୍ମଘାତୀ ବିସ୍ଫୋରଣ ଘଟି ତିନି ଜଣଙ୍କର ମୃତ୍ୟୁ ଘଟିଛି ଓ ଅନ୍ୟ ସାତ ଜଣ ଆହତ ହୋଇଥିବା କଥା ପୁଲିସ କହିଛି।
ଡାକ୍ତରଖାନାର ଟ୍ରମା ସେଣ୍ଟର୍ ମଧ୍ୟକୁ ପ୍ରବେଶ କରୁଥିବା ରୋଗୀ ଓ କର୍ମଚାରୀଙ୍କ ସମେତ ଲୋକମାନଙ୍କ ଉପରେ ଆତ୍ମଘାତୀ ବିସ୍ଫୋରଣକାରୀ ଆକ୍ରମଣ କରିଥିଲା।ବିସ୍ଫୋରଣ ପରେ ଉଦ୍ଧାରକାରୀ ଦଳ ଶବ ଓ ଆହତମାନଙ୍କୁ ଡାକ୍ତରଖାନାର ଜରୁରୀକାଳୀନ ବିଭାଗକୁ ନେଇ ଯାଇଥିଲେ।