Sun. Nov 24th, 2024

ପାକିସ୍ତାନ ଅଧୀକୃତ କଶ୍ମୀରରେ ଚୀନ ଦ୍ୱାରା ପ୍ରସ୍ତାବିତ ହାଇଡ୍ରୋପାୱାର ପ୍ରକଳ୍ପକୁ ବିରୋଧ

By amfnews Dec 15, 2018 #Featured
184 Views

ଇସଲାମାବାଦ, ଡିସେମ୍ବର ୧୫ : ପାକିସ୍ତାନ ଅଧୀକୃତ କଶ୍ମୀର (ପିଓକେ) ଠାରେ ଚୀନ କମ୍ପାନୀ ଦ୍ୱାରା  ପ୍ରସ୍ତାବିତ ହାଇଡ୍ରୋପାୱାର ପ୍ରକଳ୍ପକୁ ବିରୋଧ କରାଯାଉଛି । ଚୀନ କମ୍ପାନୀ ଦ୍ୱାରା ଝେଲମ ଉପତ୍ୟାକାର କୋହାଲା ଠାରେ ଚୀନ କମ୍ପାନୀ ଦ୍ୱାରା ୧୧୨୪ ମେଗାୱାଟ ପ୍ରକଳ୍ପ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇ ଯାଇଛି । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଏହି ପ୍ରକଳ୍ପ ନିର୍ମାଣ ହେଲେ, ସେମାନେ ବହୁ କ୍ଷୟକ୍ଷତିର ସମ୍ମୁଖୀନ ହେବେ । ତେଣୁ ଏହି ପ୍ରକଳ୍ପ ନିର୍ମାଣ ବନ୍ଦ କରାଯାଉ । ଏହା ପୂବରୁ ଜମି ଅଧିଗ୍ରହଣ କାମ ମଧ୍ୟ ଶେଷ ପର୍ଯ୍ୟାୟରେ ପହଚିଂଛି ।

ପାକିସ୍ତାନର ଉତ୍ତ-ପୂର୍ବ ଅଂଚଳରେ ଏହି ମେଗା ପ୍ରକଳ୍ପ ଝେଲମ ନଦୀ କୂଳରେ ନିର୍ମାଣ ହେବ । ଝେଲମ ନଦୀରୁ ଆଜାଦ ଜମ୍ମୁ କଶ୍ମୀର ଆଡକୁ ଜଳ ପ୍ରବାହିତ ହେଉଛି । ଚୀନ-ପାକିସ୍ତାନ ଅର୍ଥ କରିଡର ମାଧ୍ୟମରେ ପ୍ରସ୍ତାବିତ ପ୍ରକଳ୍ପ ଦେଶର ହେବ ସବୁଠାରୁ ବଡ଼ ଘରୋଇ ପ୍ରକଳ୍ପ । ଏହି ପ୍ରକଳ୍ପରୁ ବିଦ୍ୟୁତ ଉତ୍ପାଦନ ହେବା ପରେ ପାକିସ୍ତାନର ହାଇଡ୍ରୋପାୱାର ସେକ୍ଟରରେ ଏକ ବିରାଟ ପରିବର୍ତ୍ତନ ଆସିବ ବୋଲି ପୂର୍ବାନୁମାନ କରାଯାଉଛି । ଏପର୍ଯ୍ୟନ୍ତ ୭୦ରୁ ୮୦ ପ୍ରତିଶତ ଜମି ଅଧିଗ୍ରହଣ ଶେଷ ହୋଇ ଯାଇଥିବା ବେଳେ, ଖୁବ କମ ଦିନ ମଧ୍ୟରେ ବାକି ଜମି କିଣାଯିବ । ଚୀନ କମ୍ପାନୀ ଦ୍ୱାରା ପ୍ରସ୍ତାବିତ ପ୍ରକଳ୍ପର ନିର୍ମାଣ କାମ ୭ ବର୍ଷରେ ଶେଷ ହେବ ବୋଲି କୁହାଯାଇଛି ।

By amfnews

Related Post