87 Views
ଶ୍ରୀନଗର, ଜାନୁଆରୀ ୧୫ : ଜମ୍ମୁ-କଶ୍ମୀରର ସାମ୍ବା ସେକ୍ଟର ସୀମାନ୍ତରେ ସୀମା ସୁରକ୍ଷା ବଳ(ବିଏସ୍ଏଫ୍)ର ଜଣେ ଅଧିକାରୀ ମଙ୍ଗଳବାର ପାକିସ୍ତାନୀ ସ୍ନାଇପର୍ଙ୍କ ଆକ୍ରମଣରେ ସହିଦ ହରାଇଛନ୍ତି। ବିଏସ୍ଏଫ୍ ପକ୍ଷରୁ କୁହାଯାଇଛି କି ପୂର୍ବାହ୍ନ ପ୍ରାୟ ୧୦.୫୦ ସମୟରେ ଆସିଷ୍ଟାଣ୍ଟ୍ କମାଣ୍ଡାଣ୍ଟ୍ ବିନୟ ପ୍ରସାଦ ଓ ତାଙ୍କ ଦଳ ଅନ୍ତରାଷ୍ଟ୍ରୀୟ ସୀମାରେ ସୁରକ୍ଷା ବ୍ୟବସ୍ଥାକୁ ତଦାରଖ କରିବାକୁ ଯାଉଥିବା ସମୟରେ ସ୍ନାଇପର୍ଙ୍କ ଗୁଳିର ଶିକାର ବନିଥିଲେ।
ପକିସ୍ତାନୀ ପଟୁ ଅନେକ ସମୟ ଧରି ଲଗାତର ଭାବେ ସ୍ନାଇପର୍ମାନେ ଗୁଳି ଚଳାଇଥିଲେ । ପ୍ରସାଦଙ୍କ ଦେହରେ ବହୁସଂଖ୍ୟକ ଗୁଳି ଲାଗିବାରୁ ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ୍କୁ ନିଆଯାଇଥିଲା। ପରବର୍ତ୍ତୀ ମୁହୂର୍ତ୍ତରେ ତାଙ୍କର ମୃତ୍ୟୁ ଘଟିଥିଲା।