Sun. Dec 29th, 2024

ପାକିସ୍ତାନୀ ସାଂସଦଙ୍କ ବୟାନ, କହିଲେ ଆମେରିକା ଭାରତକୁ ଲାଂଚ ଦେବା ପାଇଁ ଆର୍ଥିକ ସହାୟତା ଉପରେ ଲଗାଇଛି ରୋକ

By amfnews Sep 3, 2018 #Featured
166 Views

ନୂଆଦିଲ୍ଲୀ, ସେପ୍ଟେମ୍ବର ୦୩:

ପାକିସ୍ତାନୀ ସାଂସଦ ମୁଶାହିଦ୍ ହୁସେନ୍ କହିଛନ୍ତି କି, ଆମେରିକା ଇସଲାମବାଦକୁ ଦେଉଥିବା ଅର୍ଥରାଶି ଭାରତକୁ ଲାଂଚ ଦେବା ପାଇଁ ବନ୍ଦ କରିଛି । ଏହି ନିଷ୍ପତି ଆମେରିକା ବିଦେଶ ମନ୍ତ୍ରୀ ମାଇକ ପାମ୍ପିଓଙ୍କ ପାକିସ୍ତାନ ଗସ୍ତକୁ ଫିକା କରିଦେବ । ହୁସେନ ପାକ୍ ବୈଦେଶିକ ମନ୍ତ୍ରାଳୟ ସମିତର ପ୍ରତିନିଧୀତ୍ୱ କରନ୍ତି । ତାଙ୍କ କହିବାନୁସାରେ ପାକିସ୍ତାନ ବିରୋଧରେ ଆମେରିକାର ଏହି ନିଷ୍ପତି ଚୀନ ବିରୋଧୀ ମୋର୍ଚାକୁ ମଜବୁତ କରିବ । ଚୀନ ଓ ପାକ୍ ଚିରବନ୍ଧୁ ବୋଲି ସେ କହିଛନ୍ତି ।

ହୁସେନ ଟ୍ୱିଟ୍ କରି କହିଛନ୍ତି କି, ଆମେରିକା ପାକକୁ ପ୍ରଦାନ କରୁଥିବା ୩୦୦ମିଲିୟନର ସିଏସଏଫ୍ ଫଣ୍ଡକୁ ରବ୍ଦ କରିଦେଇଛି । ଏହା ହେଉଛି କୁ ଭାରତକୁ ପ୍ରଦାନ କରାଯାଉତିବା ଲାଂଚ । ଯାହା ମାଧ୍ୟମରେ ଆମେରିକା ଭାରତ ସହ ମିଶି ପାକର ଘନିଷ୍ଠ ମିତ୍ର ଚୀନ ବିରୋଧରେ ମୋର୍ଚା ଖୋଲିବ । ଏହା ପୂର୍ବରୁ ଆମେରିକା ୫୦୦ ମିଲିୟନ ଡଲାରର ସହାୟତା ରାଶିକୁ ରବ୍ଦ କରିଦେଇଥିଲା ।

ଏହା ମଧ୍ୟରେ ପାକ୍ ବୈଦେଶିକ ମନ୍ତ୍ରୀ ଶାହ ମହମ୍ମୁଦ କୁରେଶୀଙ୍କ ଏକ ବୟାନ ସାମ୍ନାକୁ ଆସିଛି । ଯେଉଁଥିରେ ସେ ଆମେରିକା କେବେ ସହୟତା ଦେଇ ନଥିବା କହିଛନ୍ତି । ଆମେରିକା ପାକ ଠାରୁ ନେଇଥିବା ଅର୍ଥ ଫେରସ୍ତ କରିଥାନ୍ତା ଯାହା ସେ କରିନାହିଁ । ଏହି ରବ୍ଦ କରାଯାଇଥିବା ରାଶି ପାକର ସିଏସଏଫ ଫଣ୍ଡର ଯାହା ଉପରେ ଆମେରିକା  ରୋକ ଲଗାଇଛି । ଏହା ପାକିସ୍ତାନର ଟଙ୍କା ବୋଲି କୁରେଶୀ କହିଛନ୍ତି ।

By amfnews

Related Post