Sat. Mar 7th, 2026

ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ‘ପିଅନ୍’ ବୋଲି କହିଲେ ବିଜେପିର ରାଜ୍ୟସଭା ସାଂସଦ ସୁବ୍ରମଣ୍ୟମ ସ୍ୱାମୀ

288 Views

ଚଣ୍ଡିଗଡ଼  :   ବିଜେପିର ରାଜ୍ୟସଭା ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସୁବ୍ରମଣ୍ୟମ ସ୍ୱାମୀ ଚଣ୍ଡିଗଡ଼ରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସ୍ୱାମୀ କହିଛନ୍ତି, ପାକିସ୍ତାନ ସହ ଭାରତ କୌଣସି କଥା ହେବା ଉଚିତ ନୁହେଁ। ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଜଣେ ପିଅନ୍ ବୋଲି ବି କହିଛନ୍ତି ସେ।

ସୁବ୍ରମଣ୍ୟମ ସ୍ୱାମୀ ଆହୁରି ମଧ୍ୟ କହିଛନ୍ତି ଯେ ପିଓକେରେ ଥିବା ଲୋକେ ପାକିସ୍ତାନର ଅଧିବାସୀ ହୋଇ ରହିବାକୁ ଚାହୁଁନାହାନ୍ତି। ସେମାନେ ଭାରତବାସୀ ହେବାକୁ ଚାହୁଁଛନ୍ତି। ସେ ଆହୁରି କହିଛନ୍ତି ଧାରା ୩୭୦ ହଟାଇ ସରକାର ପିଓକେକୁ ଭାରତରେ ମିଶାଇବାର ରାସ୍ତା ଖୋଲିଦେଇଛନ୍ତି । ଏଣୁ ଭାରତ ଶୀଘ୍ରାତିଶୀଘ୍ର ପିଓକେକୁ ହାସଲ କରିବା ଲକ୍ଷ୍ୟରେ କାମ କରିବା ଦରକାର।

Image result for kirron kher

ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଚଣ୍ଡୀଗଡ଼ ସାଂସଦ କିରଣ ଖେର କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଖୁବ୍ ଭଲ କାମ କରୁଛନ୍ତି। ସେ ଆଶାବାଦୀ ଯେ ଖୁବ୍ ଶୀଘ୍ର ପିଓକେ ଭାରତର ଅଂଶବିଶେଷ ହେବ।

By amfnews

Related Post