Sun. Mar 8th, 2026

ପାକିସ୍ତାନରେ ୪୦ ଆତଙ୍କବାଦୀ ସଂଗଠନ ସକ୍ରିୟ: ଇମ୍ରାନ୍ ଖାନ୍

Pakistani Prime Minister Imran Khan (L) and United States Institute of Peace President Nancy Lindborg (R) take part in a discussion at the United States Institute of Peace (USIP) in Washington, DC, on July 23, 2019. (Photo by Alastair Pike / AFP)
208 Views

ଓ୍ୱାଶିଂଟନ : ପାକିସ୍ତାନରେ ଆତଙ୍କବାଦୀ ସଂଗଠନ ସକ୍ରିୟ ରହିଛନ୍ତି। ସୀମାରେ ୪୦ ଆତଙ୍କବାଦୀ ସଂଗଠନ ସକ୍ରିୟ ରହିଥିବା କହିଛନ୍ତି ଆମେରିକା ଗସ୍ତରେ ଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍। ଆମେରିକାର ସାଂସଦ ମାନଙ୍କୁ ଉଦବୋଧନ ଦେବା ଅବସରରେ ନିଜ ଦେଶରେ ଆତଙ୍କବାଦୀ ସକ୍ରିୟ ରହିଛନ୍ତି ବୋଲି ମୁକ୍ତ କଣ୍ଠରେ ସ୍ଵୀକାର କରିଛନ୍ତି ପାକ୍ ପ୍ରଧାନମନ୍ତ୍ରୀ।

ଆମେରିକାରେ ଅଲକାଏଦା କରିଥିବା ୯/୧୧ ଆତଙ୍କବାଦୀ ଆକ୍ରମଣ ଯୋଗୁ ପାକିସ୍ତାନର କିଛି କ୍ଷତି ହୋଇନଥିଲା ଏବଂ ଅଲ କାଏଦାର ପାକିସ୍ତାନରେ କୌଣସି ସଂଗଠନ ମଧ୍ୟ ନଥିଲା। ଏହା ସତ୍ତ୍ୱେ ତାଲିବାନ ବିରୋଧରେ ଆମେରିକାର ଯେଉଁ ଯୁଦ୍ଧ ଘୋଷଣା କରିଥିଲା, ସେଥିରେ ପାକିସ୍ତାନ ସାମିଲ ହୋଇଥିଲା ବୋଲି ଇମ୍ରାନ୍ ଖାନ୍ କହିଛନ୍ତି। ତେବେ ପାକିସ୍ତାନର ତତ୍କାଳୀନ ସରକାର କୌଣସି କାରଣରୁ ଆମେରିକାକୁ ସବୁ ତଥ୍ୟ ଦେଇନଥିଲା ବୋଲି ସେ ସ୍ଵୀକାର କରିଛନ୍ତି।

ଇମ୍ରାନ୍ ଆହୁରି କହିଛନ୍ତି ଆମେରିକା ସେନା ଯେତେବେଳେ ପାକିସ୍ତାନରେ ଲୁଚି ରହିଥିବା ଆତଙ୍କବାଦୀ ଓସାମା ବିନ୍ ଲାଡେନକୁ ଧରି ମାରିଥିଲା। ସେତେବେଳେ ତାଙ୍କୁ ବହୁତ ଖରାପ ଲାଗିଥିଲା।

By amfnews

Related Post