Thu. Dec 26th, 2024

ପାକିସ୍ତାନକୁ ଚେତାବନୀ ଦେଲା ଆମେରିକା, କହିଲା- ଶାନ୍ତି ପାଇଁ ମୋଦୀଙ୍କ ସହ ସଂପର୍କ ରଖ

By amfnews Dec 5, 2018 #Featured
248 Views

ୱାସିଙ୍ଗଟନ, ଡିସେମ୍ବର ୦୫ : ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ରହିବା କାହାରିକୁ ଅଜଣା ନାହିଁ । ଉଭୟ ଦେଶର ସଂପର୍କ ସବୁବେଳେ ଐତିହାସିକ ଏବଂ ରାଜନୈତିକ ପ୍ରସଙ୍ଗକୁ ନେଇ ଉତ୍ତେଜନା ରହିଛି । ଏଥିରେ ୨ଟି ପ୍ରମୁଖ ବିଷୟ ରହିଛି ଆତଙ୍କବାଦ ଏବଂ କଶ୍ମୀର ପ୍ରସଙ୍ଗ, ଯାହାକୁ ନେଇ ଆଜି ପର୍ଯ୍ୟନ୍ତ ପାକିସ୍ତାନ ପକ୍ଷରୁ କୌଣସି ସହଯୋଗ ମିଳି ପାରି ନାହିଁ । ଏମିତି ଏକ ଘଡ଼ି ସନ୍ଧି ସମୟରେ ପାକିସ୍ତାନକୁ ଆମେରିକା ଚେତାବନୀ ଦେଇଛି । ଆମେରିକା କହିଛି, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଆଫଗାନିସ୍ତାନର ରାଷ୍ଟ୍ରପତି ଅଶରଫ ଗନି ଏବଂ ସଂଯୁକ୍ତ ରାଷ୍ଟ ସହିତ ଦକ୍ଷିଣ ଏସିଆରେ ଶାନ୍ତି ପାଇଁ ରାସ୍ତା ଖୋଜୁଥିବା କୌଣସି ଦେଶକୁ ସହଯୋଗ କରନ୍ତୁ ।

ଆମେରିକା କହିଛି, ଯଦି ଆଫଗାନିସ୍ତାନରେ ଯୁଦ୍ଧ ଶେଷ କରିବାର ଅଛି, ତା’ହେଲେ ପଡୋଶୀ ଦେଶ ପାକିସ୍ତାନକୁ ତାଲିବାନ ସହିତ ଶାନ୍ତିର ବାର୍ତ୍ତାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇବାକୁ ହେବ । ପେଣ୍ଟାଗନରେ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ କରିବା ସମୟରେ ସାମ୍ବାଦିକଙ୍କ ପ୍ରଶ୍ନରେ ଆମେରିକାର ପ୍ରତିରକ୍ଷାମନ୍ତ୍ରୀ ଜେମ୍ସ ମୋଟିସ ଏହା କହିଛନ୍ତି ।

ଏହା ପୂର୍ବରୁ ୨ ଦିନ ତଳେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ସୋମବାର କଶ୍ମୀର ପ୍ରସଙ୍ଗରେ କହିଛନ୍ତି, ଯୁଦ୍ଧ ମାଧ୍ୟମରେ କଶ୍ମୀର ପ୍ରସଙ୍ଗର ସମାଧାନ ହୋଇପାରିବ ନାହିଁ । ଇମ୍ରାନ ଖାନ ଏଠାରେ ଗଣମାଧ୍ୟମକୁ ଏକ ସାକ୍ଷାତକାରରେ କହିଛନ୍ତି କଶ୍ମୀର ପ୍ରସଙ୍ଗ ଯୁଦ୍ଧ ମାଧ୍ୟମରେ ସମାଧାନ ହୋଇପାରିବ ନାହିଁ ବରଂ ଏହା ଆପୋଷ ଭାବେ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ହୋଇପାରିବ ।

 

By amfnews

Related Post