ପୁଲୱାମା ଆକ୍ରମଣ ପରେ ଭାରତୀୟ ବାୟୁସେନା ପାକିସ୍ତାନ ଅଧିକୃତ କାଶ୍ମୀରେ ବଡ ଧରଣର ଆକ୍ରମଣ କରିଛି । ଭାରତୀୟ ବାୟୁସେନାର 12 ମିରାଜ-2000 ଯୁଦ୍ଧ ବିମାନ ଆତଙ୍କବାଦୀ ସଂଗଠନ ଉପରେ 1000 କିଲୋଗ୍ରାମର ବମ ପକାଇଛି । ଜୈଶ-ଏ-ମହମ୍ମଦର ଆଲ୍ଫା କଣ୍ଟ୍ରୋଲ ରୁମ ସହିତ ଅନ୍ୟ କ୍ୟାମ୍ପ ଗୁଡିକୁ ଧ୍ୱଂସ କରାଯାଇଛି । ପିଓକେର 50 କିମି ପର୍ଯ୍ୟନ୍ତ ପଶି 21 ମିନିଟ ଧରି ବିଧ୍ୱଂସ ରଚିଥିଲା ଭାରତୀୟ ବାୟୁସେନା । ସୂତ୍ର ଅନୁସାରେ ଜାତୀୟ ପରାମର୍ଶ ଦାତା ଅଜିତ ଡୋଭାଲ ଏହି ଆକ୍ରମଣ ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏନେଇ ସୂଚନା ଦେଇଛନ୍ତି ।
ବାୟୁସେନା ପିଓକେର ବାଲାକୁଟ ଠାରେ ଥିବା ପ୍ରାୟ 10ଟି କ୍ୟାମ୍ପ ଧ୍ୱଂସ କରିଛି । ଏହା ସହ ମୁଜାଫରାବାଦ, ଚକୋଟରେ ଥିବା ଆତଙ୍କବାଦୀ ସଂଗଠନ ଉପରେ ଆକ୍ରମଣ କରି ସେଠାରେ ଆତଙ୍କବାଦୀ କ୍ୟାମ୍ପକୁ ଧ୍ୱଂସ କରିଥିବା ସୂତ୍ରରୁ ସୂଚନା ମିଳିଛି । ଏହା ସହ ଜୈଶର କଣ୍ଟ୍ରୋଲ ରୁମକୁ ମଧ୍ୟ ଧ୍ୱଂସ କରିଛି ।
ଏହି ଘଟଣା ପରେ ବାୟୁସେନାକୁ ଆଲର୍ଟ କରାଯାଇଛି । ସୀମାରେ ରହୁଥିବା ସ୍ଥାନୀୟ ଲୋକମାନେ କହିଛନ୍ତି ଯେ ସୋମାବାର ରାତିରେ ହିଁ ସୀମାରେ ଯୁଦ୍ଧ ବିମାନର ଉଡିବାର ଶବ୍ବ ଶୁଣାଯାଉଥିଲା ।
ସୂତ୍ର ଅନୁସାରେ 1971 ମସିହାରେ ହୋଇଥିବା ଭାରତ-ପାକ ଯୁଦ୍ଧ ପରେ ଭାରତୀୟ ବାୟୁସେନା ସୀମାରେ ଏହି ପରି ଆକ୍ରମଣ କରିଛି । ବାୟୁସେନା ପିଓକେର ବାଲାକୁଟ ଠାରେ ଥିବା ପ୍ରାୟ ଜୈଶର 10ଟି କ୍ୟାମ୍ପ ଧ୍ୱଂସ କରିଛି । ଏହା ସହ ମୁଜାଫରାବାଦ, ଚକୋଟରେ ଥିବା ଆତଙ୍କବାଦୀ ସଂଗଠନ ଉପରେ ଆକ୍ରମଣ କରି ସେଠାରେ ଆତଙ୍କବାଦୀ କ୍ୟାମ୍ପକୁ ଧ୍ୱଂସ କରିଥିବା ସୂତ୍ରରୁ ସୂଚନା ମିଳିଛି । ଜୈଶର 3 ଟି କଣ୍ଟ୍ରୋଲ ରୁମକୁ ମଧ୍ୟ ଧ୍ୱଂସ କରିଛି ଭାରତୀୟ ବାୟୁସେନା ।