Sun. Nov 24th, 2024

ପାଇଲଟ ଫେରିବା ପରେ ଆଜି ରାଜସ୍ଥାନରେ ଉପସ୍ଥାପନ ହେବ ଅନାସ୍ଥା ପ୍ରସ୍ତାବ

By amfnews Aug 14, 2020 #Featured
84 Views

ନୂଆଦିଲ୍ଲୀ, ଅଗଷ୍ଟ ୧୪  : ରାଜସ୍ଥାନ କଂଗ୍ରେସ ଅନୁସାରେ ରାଜନୈତିକ ପରିବେଶ ସବୁ ଠିକଠାକ ଚାଲିଛି । ସଚିନ ପାଇଲଟ ଓ ଅଶୋକ ଗହଲୋତ ପୁଣି ଥରେ ଏକାଠି ହୋଇଛନ୍ତି । ମାତ୍ର ଆଜିର ଦିନଟି ଗୁରୁତ୍ୱପୂର୍ଣ୍ଣ ହୋଇପାରେ । କାରଣ ସମଗ୍ର ରାଜନୈତିକ ନେତାମାନେ ଆଜି ସ୍ଥିତି ଉପରେ ନଜର ରଖିବେ । କଂଗ୍ରେସ ସରକାର ଆଜି ଆରମ୍ଭରୁ ଅନାସ୍ଥା ପ୍ରସ୍ତାବ ଆଣିପାରେ । 

ବହୁଜନ ସମାଜ ପାର୍ଟି ନିଜର ୬ ଜଣ ବିଧାୟକଙ୍କୁ ହୁଇପ ଜାରି କରିଛି ଏବଂ କହିଛି ଯେ, ସେମାନେ ଅନାସ୍ଥା ପ୍ରସ୍ତାବରେ କଂଗ୍ରେସ ବିରୋଧରେ ଭୋଟ ଦିଅନ୍ତୁ । ଏଥିରେ କୁହାଯାଇଛି ଯେ, ଯଦି ବିଧାୟକମାନେ ପାର୍ଟିର ନିଷ୍ପତ୍ତିକୁ ଅବମାନନା କରନ୍ତି, ତା’ହେଲେ ସେମାନଙ୍କ ବିରୋଧରେ କଡାକାର୍ଯ୍ୟାନୁଷ୍ଠାନ ନିଆଯାଇପାରେ । ଅନ୍ୟପଟରେ ବସପାର ୬ ଜଣ ବିଧାୟକଙ୍କୁ କଂଗ୍ରେସରେ ବିଳୟ ହେବା ନେଇ ରାଜସ୍ଥାନ ହାଇକୋର୍ଟରେ ମାମଲା ଚାଲିଛି ।

ରାଜସ୍ଥାନ ବିଧାନସଭାର ୧୫ତମ ଅଧିବେଶନ ଆଜି ଆରମ୍ଭ ହୋଇଯିବ । ୨୦୦ ସଦସ୍ୟ ବିଶିଷ୍ଟ ବିଧାନସଭାରେ କଂଗ୍ରେସର ୧୦୭ ବିଧାୟକ ଅଛନ୍ତି । ୧୩ ଜଣ ସ୍ୱାଧୀନ, ରାଷ୍ଟ୍ରୀୟ ଲୋକ ଦଳ, ମାକପାର ୨ ଜଣ, ଭାରତୀୟ ଟ୍ରାଇବାଲ ପାର୍ଟିର ୨ ଜଣ, ବିଜେପିର ୭୨ ଜଣ ସହଯୋଗୀ ରାଷ୍ଟ୍ରୀୟ ଲୋକତାନ୍ତ୍ରିକ ପାର୍ଟିର ବିଧାୟକ ଅଛନ୍ତି ।

By amfnews

Related Post