Sat. Mar 7th, 2026

ପାଇକ ବିଦ୍ରୋହ ସ୍ମାରକୀର ଶିଳାନ୍ୟାସ କଲେ ରାଷ୍ଟ୍ରପତି

301 Views

ଖୋର୍ଦ୍ଧା : ପାଇକ ବିଦ୍ରୋହକୁ ୨୦୦ ବର୍ଷ ପୁରିଛି। ଏହି ଅବସରରେ ଆଜି ଖୋର୍ଦ୍ଧା ବରୁଣେଇରେ ପାଇକ ବିଦ୍ରୋହ ସ୍ମାରକୀର ଶିଳାନ୍ୟାସ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଏହି ଅବସରରେ ସେ କହିଛନ୍ତି, ବରୁଣେଇ ହେଉଛି ବୀରଭୂମି। ପାଇକମାନେ ବହୁତ ସ୍ୱାଭିମାନୀ ଥିଲେ।  ଇଂରେଜମାନଙ୍କ ବିରୋଧରେ ଲଢ଼ିଥିଲେ। ପାଇକ ବିଦ୍ରୋହର ନେତୃତ୍ୱ ନେଇଥିବା ବକ୍ସି ଜଗବନ୍ଧୁଙ୍କ ପ୍ରଶଂସା କରି ରାଷ୍ଟ୍ରପତି କହିଛନ୍ତି, ଇଂରେଜମାନେ ଏହି ବିପ୍ଲବକୁ ଦମନ କରିଥିଲେ ମଧ୍ୟ ପାଇକ ବିଦ୍ରୋହ ସ୍ମରଣୀୟ।

ଏଥିସହ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପାଇକ ବିଦ୍ରୋହ ସ୍ମାରକୀର ନିର୍ମାଣ ପାଇଁ ପ୍ରଶଂସା ମଧ୍ୟ କରିଥିଲେ। ସେ ଆହୁରି କହିଛନ୍ତି, ଓଡ଼ିଶା ହିଁ ଚଣ୍ଡାଶୋକକୁ ଧର୍ମାଶୋକରେ ପରିଣତ କରିଥିଲା।  ଏହି ଅବସରରେ ସେ ଉତ୍କଳମଣି ଗୋପବନ୍ଧୁ ଦାସ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଅବଦାନକୁ ମଧ୍ୟ ଉଲ୍ଲେଖ କରିଥିଲେ।

ଆଜିର କାର୍ଯ୍ୟକ୍ରମରେ ରାଜ୍ୟପାଳ ଗଣେଶୀଲାଲ, ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲ ପ୍ରମୁଖ ଉପସ୍ଥିତ ଥିଲେ ।

By amfnews

Related Post