Wed. Dec 25th, 2024

ପଶ୍ଚିମ ଓଡିଶା ସୁନ୍ଦରୀ ପ୍ରତିଯୋଗିତା ଉଦ୍ୟାପିତ ମମତା ରାଉତରାୟ ହେଲେ ଟାଇଟଲ ବିଜୟିନୀ

By amfnews Aug 28, 2018 #Featured
227 Views

ରାଉରକେଲା, ୨୮ା୮ : ହାପି ମୁମେଣ୍ଟସ ତରଫରୁ ଆୟୋଜିତ ପଶ୍ଚିମ ଓଡିଶା ସୁନ୍ଦରୀ ପ୍ରତିଯୋଗିତା ଉଦ୍ୟାପିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ରାଉରକେଲାର ମମତା ରାଉତରାୟ ଟାଇଟଲ ବିଜୟିନୀ ହୋଇଥିବା ବେଳେ ବଲାଙ୍ଗିରର ଦୀପିକା ଶର୍ମା ପ୍ରଥମ ରନର୍ସଅପ୍, ରାଉରକେଲାର ବବିତା ମହାନ୍ତି ଓ ଝୁନୁ ନାୟକ ଦ୍ୱିତୀୟ ଓ ତୃତୀୟ ରନର୍ସଅପ୍ ହୋଇ ଅତିଥିଙ୍କ ଠାରୁ ମୁକୁଟ ଗ୍ରହଣ କରିଥିଲେ । ସୂଚନାଯୋଗ୍ୟ ଯେ, ହାପି ମୁମେଣ୍ଟସ ତରଫରୁ ପଶ୍ଚିମ ଓଡିଶାର ୮ଟି ଜିଲା ଯଥା ସୁନ୍ଦରଗଡ, ଦେବଗଡ, ବରଗଡ, ସମ୍ବଲପୁର, ଝାରସୁଗୁଡା, କଳାହାଣ୍ଡି, ସୋନପୁର ଓ ବଲାଙ୍ଗିର ଜିଲାର ଶତାଧିକ ମହିଳା ଏହି ସୁନ୍ଦରୀ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ ।

ସେମାନଙ୍କ ମଧ୍ୟରୁ ୩୦ ଜଣ ସେମି ଫାଇନାଲକୁ ଉନ୍ନୀତ ହୋଇଥିଲେ । ସ୍ଥାନୀୟ ଭଞ୍ଜଭବନ ଠାରେ ଆୟୋଜିତ ସେମି ଫାଇନାଲରେ ୧୨ ଜଣ ପ୍ରତିଯୋଗୀ ଫାଇନାଲ ରାଉଣ୍ଡକୁ ଉନ୍ନୀତ ହୋଇଥିଲେ । ପ୍ରୀତିକା ମହାନ୍ତିଙ୍କ ମଞ୍ଚ ସଞ୍ଚାଳନ ଓ ସୁସ୍ମିତା ମହାପାତ୍ର ତଥା ମିନାକ୍ଷୀ ଧରଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମକୁ ରାମ ଶର୍ମା, ମିନତୀ ଦେବତା, ପଦ୍ମିନୀ ପାଣିଗ୍ରାହୀ, ସୁରମା ମିଶ୍ର, ବୈଦ୍ୟନାଥ ମିଶ୍ର, ବିମଳ ବିଶି ପ୍ରମୁଖ ଉଦ୍ଘାଟନ କରିଥିଲେ । ବିଚାରକ ଭାବେ ରାଞ୍ôଚର ସିନେ ଅଭିନେତ୍ରୀ ନମ୍ରତା ସୋନୀ ଓ କଲିକତାର ଶ୍ରାବଣୀ ରଥ ଦାୟିତ୍ୱ ତୁଲାଇଥିଲେ । ୧୨ ଜଣ ଫାଇନାଲିଷ୍ଟଙ୍କ ମଧ୍ୟରୁ ମୋଷ୍ଟ ଟାଲେଣ୍ଟେଡ ଭାବେ ବବିତା ମହାନ୍ତି, ମୋଷ୍ଟ ଆକ୍ଟିଭ୍ ତପତୀ ବିଶ୍ୱାସ, ମୋଷ୍ଟ ଫେସନେବୁଲ ସାଗରିକା ରାୟ, ବେଷ୍ଟ ଆଇସାଇଡ୍ ସୁମନ, ବେଷ୍ଟ ହେୟାର ମମତା ରାଉତରାୟ, ବେଷ୍ଟ ୱାକ ରୁହି ପରବିନ, ବେଷ୍ଟ ସ୍ମାଇଲ୍ ଶୁଭଶ୍ରୀ ଦାସ, ବେଷ୍ଟ ପରସୋନାଲିଟି ସ୍ନିଗ୍ଧା ପଟ୍ଟନାୟକ, ବେଷ୍ଟ ଫଟୋଜେନିକ ଝୁନୁ ନାୟକ, ବେଷ୍ଟ କଷ୍ଟୁମ ଇପ୍ସିତା ଦାସ ବିବେଚିତ ହୋଇଥିଲେ ।

ଶେଷରେ ଶୀର୍ଷ ୧୨ ଜଣଙ୍କ ମଧ୍ୟରୁ ମୁକୁଟ ବିଜୟିନୀ ହୋଇଥିଲେ ରାଉରକେଲା ମମତା ରାଉତରାୟ, ପ୍ରଥମ ରନର୍ସଅପ୍ ବଲାଙ୍ଗିରର ଦୀପିକା ଶର୍ମା, ଦ୍ୱିତୀୟ ରନର୍ସଅପ୍ ବବିତା ମହାନ୍ତି, ତୃତୀୟ ରନର୍ସଅପ୍ ଝୁନୁ ନାୟକ ମନୋନୀତ ହୋଇଥିଲେ । ମମତାଙ୍କୁ ମୁକୁଟ ସହ ହୀରା ମୁଦି ପ୍ରଦାନ କରାଯାଇଥିଲା । ଅନୁଷ୍ଠାନର ଅଧ୍ୟକ୍ଷ ରାଜେନ୍ଦ୍ର ପଣ୍ଡା ଓ ସମ୍ପାଦିକା ରଶ୍ମିତା ପଣ୍ଡା କାର୍ଯ୍ୟକ୍ରମରେ ଉପସ୍ଥିତ ରହି ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ । ଏହି ଅବସରରେ ପଦ୍ମିନୀ ପାଣିଗ୍ରାହୀ, ରଶ୍ମିବାଳା ମିଶ୍ର, ସୋମା ଚକ୍ରବର୍ତ୍ତୀ, ବଲାଙ୍ଗିରର ଜିତେନ୍ଦ୍ର ସ୍ୱାଇଁ ଓ ସିଲି ମହାନ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ମୁଖ୍ୟ ଅତିଥି ଭାବେ ପୂର୍ବତନ ଇଡି ଶୁଭେନ୍ଦ୍ର ଦାଶ, ରୁମା ଦାଶ, ପୂର୍ବତନ ଉପମହାପ୍ରବନ୍ଧକ ଗୋପୀନାଥ ପଟ୍ଟନାୟକ, ଅର୍ଚ୍ଚନା ଶତପଥୀ, ଉପାଧ୍ୟକ୍ଷ କୁମର ବେହେରା ଓ ବିମଳ ବିଶି ଅତିଥି ଭାବେ ଯୋଗ ଦେଇ କୃତି ପ୍ରତିଯୋଗୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

ଏହି କାର୍ଯ୍ୟକ୍ରମ ପରିଚାଳନାରେ ଅନୁଷ୍ଠାନର ମିରା ସିହ୍ନାରାୟ, ପଲ୍ଲବି ବିଭାଗର କର, ମମତା ପାଣି, ସିଲି ମହାନ୍ତି, କିରଣ ଗୁପ୍ତା, ବସନ୍ତ ଦାସ, ଶିଶିର ମହାନ୍ତି, ପ୍ରଣତି ପଣ୍ଡା,କାଦମ୍ବିନୀ ହୋତା, ରଶ୍ମିତା ପଣ୍ଡା, ୟସବିନ ପରବିନ, ଆଶୁ ଅଗ୍ରୱାଲ, ସନ୍ଧ୍ୟାରାଣୀ ସାହୁ, କୁଞ୍ଜବିହାରୀ ରାଉତ ପ୍ରମୁଖ ସହଯୋଗ କରିଥିଲେ ।

By amfnews

Related Post