Fri. Dec 27th, 2024

ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ସ୍ଥାପନ ଦାବି

By amfnews Nov 29, 2018 #Featured
194 Views

Khabar Odisha:Western-Odisha-Highcourt-Bench-established-demand--48-Hour-Mahabandh

ସମ୍ବଲପୁର,ନଭେମ୍ବର ୨୯ : ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ସ୍ଥାପନ ଦାବିରେ ଆଜିଠୁ ୪୮ ଘଣ୍ଟିଆ ମହାବନ୍ଦ ଡ଼ାକରା ଦିଆଯାଇଛି। ଓକିଲ ସଂଘ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ବନ୍ଦ ପାଳନ କରାଯାଉଥିବା ବେଳେ ମହାବନ୍ଦରେ ବିଭିନ୍ନ ସଂଗଠନ ସାମିଲ ହୋଇ ଏହାକୁ ସମର୍ଥନ ଦେଇଛନ୍ତି। ବନ୍ଦର ପ୍ରଭାବ ମଧ୍ୟ ପଡ଼ିଥିବା ଦେଖିବାକୁ ମିଳିଛି। ଷ୍ଟେସନରେ ଟ୍ରେନ୍ ଗୁଡିକ ଅଟକି ରହିଥିବା ବେଳେ ଦୋକାନ ବଜାର ଓ ଗାଡ଼ି ଚଳାଚଳ ବନ୍ଦ ରହିଛି। ଯାତାୟତ ଏକପ୍ରକାର ଠପ୍ ହୋଇଛି। ଜରୁରୀକାଳୀନ ସେବା ଆମ୍ବୁଲାନ୍ସକୁ କବେଳ ଏଥିରୁ ବାଦ ଦିଆଯାଇଛି।

ସମ୍ବଲପୁର, ଦେବଗଡ଼, ଝାରସୁଗୁଡା ଓ ସୋନପୁରରେ ଦୁଇ ଦିନିଆ ବନ୍ଦ ଡ଼ାକରା ଦିଆଯାଇଛି। ଫଳରେ ଦୋକାନ ବଜାର ଓ ଗାଡି ଚଳାଚଳ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି। ଅନୁରୂପ ଭାବେ ଦେବଗଡ଼, ପଦ୍ମପୁର,କିରେଇ,ରାଜଗାଙ୍ଗପୁର ରାଣୀବନ୍ଦ ଠାରେ ବନ୍ଦ ପାଳନ କରାଯାଇଛି। ପ୍ରଭାବ ସ୍ୱରୂପ ରାସ୍ତାଘାଟ ଖାଁ ଖାଁ ରହିଛି। ବଣାଇରେ ଓକିଲ ସଂଘ ପକ୍ଷରୁ ଜାତୀୟ ରାଜପଥ ଅବରୋଧ କରାଯାଇଛି।

ଆଜି ସକାଳୁ ସକାଳୁ ସମ୍ବଲପୁର ଓକିଲ ସଂଘର ୫୦ ମହିଳାଙ୍କ ସମେତ ପ୍ରାୟ ୧୫୦୦ କର୍ମକର୍ତ୍ତା ଜିଲ୍ଲାର ପ୍ରମୁଖ ଛକ,ଜାତୀୟ ରାଜପଥ ରାଜ୍ୟ ରାଜପଥରେ ପିକେଟିଂ କରୁଥିବା ଦେଖାଯାଇଛି। ସମ୍ପୂର୍ଣ୍ଣ ୪୮ ଘଣ୍ଟା ପାଇଁ ବନ୍ଦ ଡାକରା ଦିଆଯାଇଥିବାରୁ ଆନ୍ଦୋଳନକାରୀମାନେ ଦିନ ରାତି ପିକେଟିଂ କରିବେ। ଏଥିପାଇଁ ପର୍ଯ୍ୟାୟ କ୍ରମେ ଓକିଲଙ୍କୁ ଦାୟିତ୍ୱ ବଣ୍ଟନ କରାଯାଇଛି। କିଏ କେଉଁଠି କେଉଁ ଜାଗାରେ କେତେ ସମୟ ପର୍ଯ୍ୟନ୍ତ ରହିବେ ସେ ନେଇ ତାଲିକା ପ୍ରସ୍ତୁତ କରାଯାଇଛି।  ସେହିଭଳି ଟ୍ରେନ ଚଳାଚଳ ବନ୍ଦ ପାଇଁ ଓକିଲ ସଂଘର କର୍ମକର୍ତାମାନେ କ୍ଷେତରାଜପୁର ଷ୍ଟେସନ, ଫାଟକ ଷ୍ଟେସନ, ହୀରାକୁଦ ଷ୍ଟେସନ ସମେତ ବିଭିନ୍ନ ଷ୍ଟେସନରେ ପିକେଟିଂ କରିଛନ୍ତି। କ୍ଷେତରାତପୁରରେ ଷ୍ଟେସନରେ ସମ୍ବଲପୁର-ପୁରୀ ଓ ସମ୍ବଲପୁର-ରାୟଗଡ଼ା ଇଣ୍ଟରସିଟି ଅଟକି ରହିଛି। କେବଳ ସହରଞ୍ଚଳର ରାଜପଥ ନୁହେଁ ଗ୍ରାମାଞ୍ଚଳରେ ମଧ୍ୟ ଏହି ବନ୍ଦକୁ ସମର୍ଥନ ଜଣାଇବାକୁ ଆହ୍ୱାନ କରାଯାଇଛି।

ଅନ୍ୟପକ୍ଷେ କୌଣସି ଅପ୍ରିତିକର ସ୍ଥିତି ନଉପୁଜିବା ପାଇଁ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରାଯାଇଛି। ୯ ପ୍ଲାଟୁନ ପୋଲିସ ମୁତୟନ କରାଯାଇଥିବା ବେଳେତନ୍ମଧ୍ୟରୁ କବେଳ ୭ ପ୍ଲାଟୁନ ପୋଲିସ ସମ୍ବଲପୁର ପୋଲିସ ସହରରେ ମୁତୟନ ହୋଇଥିବା ଏସପି ଅମରେନ୍ଦ୍ର ରଣା ସୂଚନା ଦେଇଛନ୍ତି। ସେହିଭଳି ଜିଲ୍ଲାର ରେଳ ଷ୍ଟେସନରେ ଜିଆରପିର ୩ ପ୍ଲାଟୁନ ଫୋର୍ସ ଏବଂ ଆରପିଏଫରର ୬୦ ଫୋର୍ସ ମୁତୟନ ହୋଇଥିବା ଜଣାପଡ଼ିଛି ।

ଉଲ୍ଲେଖଯୋଗ୍ୟ, ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ସ୍ଥାପନ ଦାବିରେ ଗତ ୧୯ ତାରିଖରୁ ସମ୍ବଲପୁର ସମେତ ୪ ଜିଲ୍ଲାରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସମସ୍ତ ଅଫିସ ବନ୍ଦ ରହିଥିଲା। ତେବେ ଆଜିର ମହାବନ୍ଦ ଡ଼ାକରାରେ ବଲାଙ୍ଗୀର ଓକିଲ ସଂଘ ସାମିଲ ହୋଇନଥିବା ଜଣାପଡ଼ିଛି।

By amfnews

Related Post