Thu. Dec 26th, 2024

ପଶ୍ଚିମ ଇରାନରେ ଭୂକମ୍ପ, ୧୭୦ ଆହତ

By amfnews Nov 26, 2018 #Featured
214 Views

ତେହରାନ, ନଭେମ୍ବର ୨୬: ଇରାନର ଡରାକକୁ ଲାଗିଥିବା ପଶ୍ଚିମ ସୀମା ନିକଟରେ ରବିବାର ବିଳମ୍ବିତ ରାତିରେ ଭୂକମ୍ପ ଝଟକା ଲାଗିଥିବାରୁ ଅତି କମରେ ୧୭୦ ଜଣ ଆହତ ହୋଇଥିବା ଜଣାପଡ଼ିଛି । ଇରାନର ଜରୁରୀକାଳୀନ ସେବା ମୁଖ୍ୟ ପୀର ହୁସେନ ଜାତୀୟ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । ଆମେରିକୀୟ ଭୂଗର୍ଭୀୟ ସର୍ବେକ୍ଷଣ ଅନୁସାରେ ୬.୩ ତୀବ୍ରତାର ଏହି ଭୂକମ୍ପ କେରମନଶାହ ରାଜ୍ୟର ସରପୋଲ-ଏ-ଜହାବ ଅଞ୍ଚଳରେ ଆସିଛି । ଇରାନ ଟିଭି ପକ୍ଷରୁ କୁହାଯାଇଛି ଯେ, ଭୂଗର୍ଭର ୫ କିଲୋମିଟର ଦୂରରେ ଏହି ଭୂକମ୍ପ ଅନୁଭୂତ ହୋଇଛି ।

ଏହି ଭୂକମ୍ପ ଭୂପୃଷ୍ଠର ଅତି ନିକଟରେ ହୋଇଥିବାରୁ ସାଂଘାତିକ ଥିଲା, ଯେଉଥିପାଇଁ ଲୋକଙ୍କୁ କ୍ଷତି ପହଞ୍ଚାଇଛି । ଏହାର ପ୍ରଭାବ ରାଜଧାନୀ ବାଜଦାଦ ପର୍ଯ୍ୟନ୍ତ ଅନୁଭୂତ ହୋଇଛି । ଅର୍ଦ୍ଧଶାସକୀୟ ନ୍ୟୁଜ ସଂସ୍ଥା ଫାର୍ସ କହିଛି, ଇରାନର ୭ଟି ରାଜ୍ୟରେ ଏହି ଭୂକମ୍ପ ଅନୁଭୂତ ହୋଇଛି । ସ୍ଥାନୀୟ ପ୍ରଶାସନ ୭ ଉଦ୍ଧାରକାରୀ ଦଳକୁ ଘଟଣାସ୍ଥଳକୁ ପଠାଇଛି । ସୂଚନାଯୋଗ୍ୟ ଯେ ୨୦୧୭ରେ ଭୂକମ୍ପରେ ୬୦୦ ଲୋକଙ୍କ ମୃତ୍ୟୁ ଘଟିଥିଲା ।

By amfnews

Related Post