107 Views
ଓଡିଶା, ଏପ୍ରିଲ୍ 24 : କୋହଳ ହେଲା ନିୟମ ।ପଶ୍ଚିମବଙ୍ଗ ଫେରାନ୍ତଙ୍କ ପାଇଁ କମିଲା କ୍ବାରେଣ୍ଟାଇନ ସମୟ ସୀମା । ଏବେ ପଶ୍ଚିମବଙ୍ଗ ଫେରନ୍ତା 14 ନୁହେଁ ବରଂ 7 ଦିନ କ୍ୱାରେଣ୍ଟାଇନରେ ରହିବେ ।
ସୂଚନା ଅନୁସାରେ, ରାଜ୍ୟ ସରକାର କରୋନା ସଂକ୍ରମଣ ବଢିବା ପରେ ପଶ୍ଚିମବଙ୍ଗ ଫେରନ୍ତାଙ୍କ ପାଇଁ କଡ଼ା ନିୟମ ଲାଗୁ କରିଥିଲେ । ତେବେ ଏହି ନିୟମକୁ କୋହଳ କରାଯାଇଛି । ପୂର୍ବରୁ ଆରଟିପିସିଆର ନେଗେଟିଭ ରିପୋର୍ଟ କିମ୍ବା ଦୁଇଥର ଟିକା ନେଇଥିଲେ ମଧ୍ୟ 14 ଦିନ କ୍ୱାରେଣ୍ଟାଇନକୁ ବାଧ୍ୟତାମୂଳକ କରା ଯାଇଥିଲା । ଏବେ ଏହାକୁ 7ଦିନକୁ ହ୍ରାସ କରାଯାଇଥୁବା ଜଣାପଡ଼ିଛି ।
ଏସଆରସିଙ୍କ କହିବାନୁସାରେ, ପଶ୍ଚିମବଙ୍ଗରୁ ଓଡ଼ିଶା ଆସିବାର 48 ଘଣ୍ଟା ପୂର୍ବରୁ ଯେଉଁମାନଙ୍କର ଆରଟିପିସିଆର ନେଗେଟିଭ ରିପୋର୍ଟ ଥିବ କିମ୍ବା ଟିକାର ଉଭୟ ଡୋଜ ନେଇଥିବେ ସେମାନେ ଓଡ଼ିଶା ଆସିବା ପରେ 7 ଦିନଆ ହୋମ୍ କ୍ୱାରେଣ୍ଟାଇନରେ ରହିବେ।