Sun. Nov 24th, 2024

ପଶୁପକ୍ଷୀଙ୍କ ଶୀତକାଳୀନ ରୋଗର ଚିକିତ୍ସା ପାଇଁ ଆର୍ମିର ପରାମର୍ଶ

By amfnews Dec 15, 2018 #Featured
269 Views

ରାଉରକେଲା, ୧୫ା୧୨  : ପରିବେଶ କଲ୍ୟାଣ ମନ୍ତ୍ରଣାଳୟର ସ୍ୱୀକୃତିପ୍ରାପ୍ତ ପଶୁକଲ୍ୟାଣ ଟ୍ରଷ୍ଟ ଆର୍ମିର ପ୍ରତିଷ୍ଠାତା ସଂଗ୍ରାମ ପରିଡା ଓ ମ୍ୟାନେଜିଂ ଟ୍ରଷ୍ଟି ଡ.ଦିଲ୍ଲୀପ କୁମାର ପଟ୍ଟନାୟକ ପଶୁ ପ୍ରେମୀମାନଙ୍କୁ ଶକ୍ତିନଗର ସ୍ଥିତ ଟ୍ରଷ୍ଟ କାର୍ଯ୍ୟାଳୟ ଠାରେ ପଶୁପକ୍ଷୀଙ୍କ ଶୀତ ଦିନିଆ ରୋଗ ସମ୍ପର୍କରେ ପରାମର୍ଶ ଦେଇଛନ୍ତି । ଏହିକ୍ରମରେ ପୋଷା କୁକୁରଙ୍କୁ ଡିସ୍ଟେମ୍ପର ରୋଗ, ଗାଈଗୋରୁଙ୍କୁ ଫାଟୁଆ ରୋଗ, ଛେଳିମେଣ୍ଢା, କୁକୁଡା ଓ ବତକଙ୍କ ବାର୍ଡ ଫ୍ଲୁ ଓ ରାଣିକ୍ଷେତ ରୋଗ ପାଇଁ ସ୍ଥାନୀୟ ପଶୁ ଚିକିତ୍ସକ ଓ ସରକାରୀ ପଶୁ ଚିକିତ୍ସାଳୟର ପରାମର୍ଶକ୍ରମେ ଟୀକାକରଣ କରାଇବାକୁ ଅନୁରୋଧ କରିଛନ୍ତି । ବିଶେଷ କରି ଆର୍ଏସ୍ପିର ପବ୍ଲିକ୍ ହେଲ୍ଥ ବିଭାଗ ଓ ରାଉରକେଲା ମହାନଗର ନିଗମ ପକ୍ଷରୁ ସଠିକ୍ ଭାଗମାପରେ ମଶା ଧୂଆଁ ଦିଆଗଲେ ଚିକନ ଗୁନିଆ ଓ ଢେଙ୍ଗୁ ଭଳି ରୋଗର ଅନ୍ତ ଘଟିବ । କିନ୍ତୁ ଦେଖାଯାଉଛି ଯେ, ନାଳନର୍ଦ୍ଦମାରେ ମଶା ତେଲ ଆଦୌ ପଡୁନାହିଁ ।

ରିଙ୍ଗରୋଡ୍ ପାଶ୍ୱର୍ରେ ପଇଡ ଦୋକାନୀମାନେ ଫିଙ୍ଗୁଥିବା ପଇଡରେ ରାତିସାରା କାକର ମିଶ୍ରିତ ପାଣି ଜମି ରହୁଥିବାରୁ ଡେଙ୍ଗୁ ମଶା ବ୍ୟାପୁଛନ୍ତି । ସେହିପରି ଇନ୍ଡୋର ଷ୍ଟାଡିୟମ ସମ୍ମୁଖରେ ବହୁ ପଇଡ ଦୋକାନୀ ସ୍ଥାନୀୟ ନାଳରେ ପଇଡ ଫିଙ୍ଗି ଚାଲିଯାଉଛନ୍ତି । ଏଥିରେ କାକର ମିଶ୍ରିତ ପାଣି ରହି ଡେଙ୍ଗୁ ମଶା ବ୍ୟାପିବାରେ ଲାଗୁଛନ୍ତି । ଏ କ୍ଷେତ୍ରରେ ଗତବର୍ଷ ଆଇଜି ପାର୍କ କର୍ତ୍ତୃପକ୍ଷଙ୍କ ଅବହେଳାରୁ ସେଠାରେ ଥିବା ବତକ ଓ ପେଲିକାନଙ୍କୁ ବାର୍ଡ ଫ୍ଲୁ ହୋଇଥିଲା । ଯାହାଦ୍ୱାରା ବହୁ କୁକୁଡା ଓ ବତକ ମାନଙ୍କୁ ମାରି ଦିଆଯାଇଥିଲା । ତେଣୁ ଆଗାମୀ ଦିନରେ କର୍ତ୍ତୃପକ୍ଷ ଏ ଦିଗରେ ପଦକ୍ଷେପ ଗ୍ରହଣ କରି ବହୁ ପଶୁପକ୍ଷୀଙ୍କୁ ବଞ୍ଚାଇପାରିବେ ବୋଲି ଶ୍ରୀ ପରିଡା କହିଛନ୍ତି ।

By amfnews

Related Post