101 Views
ଢେଙ୍କାନାଳ : ଆଜି ଭୋର୍ ସମୟରେ ଢେଙ୍କାନାଳ ସଦର ରେଞ୍ଜ୍ ବନାଞ୍ଚଳରେ ଜଣେ ମହିଳାଙ୍କୁ ହାତୀ ନିଜ ଶୁଣ୍ଢରେ କଚାଡ଼ି ଦେଇଥିବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ମହିଳାଜଣଙ୍କୁ ଗୁରୁତର ଅବସ୍ଥାରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବାର ଖବର ମିଳିଛି।
ପ୍ରାପ୍ତ ସୂଚନା ଅନୁଯାୟୀ, ଢେଙ୍କାନାଳ ସଦର ରେଞ୍ଜ୍ ବନାଞ୍ଚଳରେ ଚାଉଳିଆ ଗାଁର ବିନତି ଷେଣ୍ଢ ଆଜି ଭୋର୍ ପ୍ରାୟ ସାଢ଼େ ୫ଟା ବେଳେ ଯୋରନ୍ଦା ନାଳ ନିକଟରେ ଥିବା ତାଙ୍କ କ୍ଷେତକୁ ଯାଇଥିଲେ। ସେ ପରିବା ତୋଳିବାକୁ ଯାଇଥିଲେ। ପରିବା ତୋଳି ଘରକୁ ଆଣିବେ ଏବଂ ତାଙ୍କୁ ବିକିବେ ବୋଲି ବିନତି ସ୍ଥିର କରିଥିଲେ। ସେ ଅନ୍ୟ ଦିନ ଭଳି ଆଜି କ୍ଷେତକୁ ଯାଇଥିଲେ ହେଲେ ଏକ ଅଘଟଣର ଶିକାର ହୋଇଥିଲେ। ସେ ପରିବା ତୋଳୁଥିବା ବେଳେ ହଠାତ୍ ଏକ ହାତୀ ତାଙ୍କ ଆଡ଼କୁ ମାଡ଼ି ଆସିଥିଲା।