Tue. Dec 24th, 2024

ପରଲୋକରେ ଓଡ଼ିଆ ଚଳଚ୍ଚିିତ୍ର ଜଗତର ପ୍ରବୀଣ ଅଭିନେତା ଦେବୁ ବୋଷ

By amfnews Aug 23, 2018 #Featured
211 Views

ଭୁବନେଶ୍ୱର: ଓଡ଼ିଆ ଚଳଚ୍ଚିିତ୍ର ଜଗତର ଭୀଷ୍ମ ପିତାମହ, ବରିଷ୍ଠ ଅଭିନେତା ଦେବୁ ବୋଷଙ୍କ ଗତକାଲି ବିଳମ୍ବିତ ରାତିରେ ହାଇଦ୍ରାବାଦ ଠାରେ ଏକ ଘରୋଇ ହସ୍‌ପିଟାଲରେ ଚିକିତ୍ସିତ ଅବସ୍ଥାରେ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୭୬ ବର୍ଷ ବୟସ ହୋଇଥିଲା। ଗତ ୪ ମାସ ହେଲା ଶ୍ରୀ ବୋଷ ଏହି ହସ୍‌ପିଟାଲରେ ଚିକିତ୍ସିତ ହେଉଥିଲେ ଓ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ଥିପବାରୁ ତାଙ୍କୁ ଲାଇଫ୍‌ ସପୋର୍ଟ ସିଷ୍ଟମରେ ରଖାଯାଇଥିଲା।

୧୯୮୦ ଦଶକର ଚଳଚ୍ଚିତ୍ର ‘ତପସ୍ୟା’ରୁ ନିଜ ଅଭିନୟ ଜୀବନ ଆରମ୍ଭ କରିଥିବା ଦେବୁ ବୋଷ ବହୁ ଓଡ଼ିଆଚଳଚ୍ଚିିତ୍ରରେ ନିଜର ନିଖୁଣ ଅଭିନୟ ପାଇର୍ ସବୁ ଦିନ ମନେ ରହିବେ। କାବେରୀ, ସୁନା ଚଢ଼େଇ, ଚକାଭଉଁରି, ସହରୀ ବାଘ, କି ହେବ ଶୁଆ ପୋଷିଲେ, ଓ ‘ପୁଅ ମୋର କଳା ଠାକୁର’ ଭଳି ଶତାଧିକ ସଫଳ ଓଡ଼ିଆ ଚଳଚିତ୍ରର ଏହି ପ୍ରବୀଣ ଅଭିନେତାଙ୍କ ପରଲୋକରେ ଓଡ଼ିଆ ସିନେ ଜଗତର ଅପୂରଣୀୟ କ୍ଷତି ଘଟିଛି।

ଦେବୁବୋଷ ୧୯୪୧ ମସିହା ଡିସେମ୍ବର ମାସ ୨ ତାରିଖର ଜନ୍ମ ଗ୍ରହଣ କରିଥିଲେ। ସେ ଏକାଧାରରେ ଜଣେ ସରକାରୀ ପଦାଧିକାରୀ ଭାବେ କାର୍ଯ୍ୟ କରିବା ସହିତ ଅଭିନୟ, ନୃତ୍ୟ କ୍ଷେତ୍ରରେ ନିଜର ପାରଦର୍ଶିତା ପ୍ରଦର୍ଶନ କରିଯାଇଛନ୍ତି। ଓଡ଼ିିଆ ଚଳଚିତ୍ର ବ୍ୟତୀତ ବହୁ ଭଜନ ଆଲବମ୍‌ରେ ମଧ୍ୟ ଶ୍ରୀ ବୋଷଙ୍କ ଅଭିନୟ ସବୁଦିନ ପାଇଁ ଓଡ଼ିଆ ଚଳଚ୍ଚିତ୍ର ପ୍ରେମୀଙ୍କ ପାଇଁ ଅପାସୋରା ହୋଇ ରହିବ।

ସ୍ୱର୍ଗତ ବୋଷଙ୍କ ପିତା ଏ.ସ୍. ବୋଷ ଜଣେ ପଦସ୍ତ ପୋଲିସ୍ ଅଧିକାରି ଭାବରେ ସୁନାମ ଅର୍ଜନ କରିଥିଲେ । ଦେବୁଙ୍କ ସବୁ ଭାଇଭଉଣି ମାନଙ୍କୁ ନିଜନିଜ କଳାରେ ଉକ୍ତର୍ସତା ପାଇଁ ଉତ୍ସାହିତ କରୁଥିଲେ । ତାଙ୍କର ସାନ ଭଉଣି ସାଦନା ବୋଷ ଓଡ଼ିଶି ନୃତ୍ୟରେ ସୁନାମ ଅର୍ଜନ କରିଥିଲେ ।

ଶ୍ରି ବୋଷ ରାଜ୍ୟ ସରକାର ଙ୍କ ଅଧିନସ୍ତ ଶିଳ୍ପ ଉନ୍ନୟନ ନିଗମରେ ଉଚ୍ଚ ପଦବିରେ ଅଧିଷ୍ଟିତ ରହି ଅବସର ଗ୍ରହଣ କରିବା ପରେ ଭୁବନେଶ୍ୱର ସହିଦ ନଗର ସ୍ତିତ ପ÷ତୃକ ଗୃହରେ ବାସକରି ଅଭିନୟ ରେ ଗଭିର ମନ ନିବେସ କରିଥିଲେ ।

ଦେବୁଙ୍କ ମୃତ୍ୟୁରେ ଓଡ଼ିଶା ଅଭିନୟ ଜଗତର ଭିଷ୍ମ ପିତାମହଙ୍କୁ ହରାଇଲା । ତାଙ୍କ ମୃତ୍ୟୁରେ ଚଳଚିତ୍ର ଜଗତ ଓ ଅଭୀନେତା ଅଭିନେତ୍ରି ମାନଙ୍କ ମଧ୍ୟରେ ଗଭିର ଶୋକର ଛାୟା ଖେଳିଯାଇଛି । ଦିନଲିପିର ସମ୍ପାଦକ ତଥା ଦକ୍ଷ ଅଭିନେତା ଏବଂ ଅବସର ପ୍ରାପ୍ତ ପୋଲିସ୍ ଆଇ.ଜି. ଶ୍ରୀ ବଟକୃଣ୍ଣ ତ୍ରୀପାଠି ମଧ୍ୟ ଗଭିର ଶୋକ ପ୍ରକାଶ କରି ତାଙ୍କ ଆତ୍ମାର ସଦ୍ଗତି କାମନା କରିବା ସହ ଦେବୁଙ୍କ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜ୍ଞାପନ କରିଛନ୍ତି ।

By amfnews

Related Post