Tue. Mar 10th, 2026

ପରମ୍ପରା ଆଳରେ ଜୀବନ ସହ ଖେଳ ! ତାମିଲନାଡୁରେ ଆରମ୍ଭ ହେଲା ଜାଲିକାଟ୍ଟୁ

145 Views

ମଦୁରାଇ: ତାମିଲନାଡୁର ମଦୁରାଇରେ ଆରମ୍ଭ ହୋଇଛି ପାରମ୍ପରିକ ଜାଲିକାଟ୍ଟୁ ବା ଷଣ୍ଢ ସହିତ ଲଢେଇ କରିବାର ପର୍ବ | ମକର ସଂକ୍ରାନ୍ତି ଦିନ ଅନୁଷ୍ଠିତ ହେଉଥିବା ଏହି ପର୍ବ ଅତ୍ୟନ୍ତ ବିପଜ୍ଜନକ ହେବା ସହ  ଜୀବନ ଯିବାର ଆଶଙ୍କା ଥିଲେ ମଧ୍ୟ ହଜାର ହଜାର ସଂଖ୍ୟାରେ ଲୋକ ଏଥିରେ ଅଂଶଗ୍ରହଣ କରିଥାଆନ୍ତା। ଆଜି ତାମିଲନାଡୁର ମଦୁରାଇର ଅବନୀପୁରମରେ ଅନୁଷ୍ଠିତ ହେଉଥିବା ଜାଲିକାଟ୍ଟୁରେ  ପ୍ରାୟ ୭୦୦ ଷଣ୍ଢଙ୍କୁ ନିୟ‌ୋଜିତ କରାଯାଇଛି । ସୂଚନା ଅନୁସାରେ ୭୩୦ ଜଣ  ଏଥିରେ ଅଂଶ ଗ୍ରହଣ କରିବାକୁ ନାମ ପଞ୍ଜିକରଣ କରାଇଛନ୍ତି ।  ଜାଲିକାଟ୍ଟୁରେ ନିର୍ଧାରିତ ବାଟ ଦେଇ ଷଣ୍ଢକୁ ଭିଡ ଭିତରକୁ ଛଡା ଯାଇଥାଏ ।  ଏହା ମଧ୍ୟରେ ଯିଏ କୌଶଳ ଓ ବଳ ଖଟାଇ ଷଣ୍ଢକୁ କାବୁ କରିପାରେ ସେ ହିଁ ବିଜେତା ହୋଇଥାଏ । ବିଜେତାଙ୍କୁ ଉପହାର ବି ମିଳିଥାଏ ।

ANI

@ANI

Tamil Nadu: competitions continue in Madurai’s Avaniyapuram. 700 bulls and 730 Bull Catchers are participating in it.

Embedded video

ପୂର୍ବ ଭାରତରେ ମକର ସଂକ୍ରାନ୍ତି ଉତ୍ସବ ପାଳନ ସମୟରେ ଦକ୍ଷିଣ ଭାରତରେ ପୋଙ୍ଗଲ ପାଳନ ହୋଇଥାଏ । ଏହି ଅବସରରେ ଜାଲିକଟ୍ଟୁ ପର୍ବ ଆୟୋଜନ ହୋଇଥାଏ । ଏହାର ମଜା ନେବାକୁ ପ୍ରବଳ ଜନସମାଗମ ହୋଇଥାଏ  । ଏହି ଖେଳରେ ଅଂଶଗ୍ରହଣ କରୁଥିବା ସମସ୍ତ ପ୍ରତିଯୋଗୀଙ୍କ ଡାକ୍ତରୀ ପରୀକ୍ଷା କରାଯାଏ ‌ଓ ସେ ସୁସ୍ଥ ବୋଲି ପ୍ରମାଣ ହେବା ପରେ ହିଁ ଅଂଶଗ୍ରହଣ କରିବାକୁ ସୁଯୋଗ ମିଳିଥାଏ ।

ପ୍ରତି ଘଣ୍ଟାରେ ପ୍ରାୟ ୭୫ ଜଣ ଲୋକଙ୍କୁ ଖେଳିବାକୁ ସୁଯୋଗ ମିଳିଥାଏ । ଚଳିତ ବର୍ଷ ମଦୁରାଇରେ ଏଥିପାଇଁ ପ୍ରଶାସନ ୧୦ ପ୍ଲାଟୁନ୍ ଫୋର୍ସ ସହିତ ଆମ୍ବୁଲାନ୍ସ ବ୍ୟବସ୍ଥା କରିଛି । ଅନ୍ୟପଟେ ପଶୁମାନଙ୍କ କ୍ଷେତ୍ରରେ ଏହା କ୍ରୁରତା ମାନି ସୁପ୍ରିମକୋର୍ଟ ଏହି ଖେଳ ଉପରେ ପ୍ରତିବନ୍ଧକ  ଲଗାଇଥିଲେ ବି ଲୋକ ଏହାକୁ ମାନିନାହାନ୍ତି |

By amfnews

Related Post