Sat. Mar 7th, 2026

ପରଦାରେ ପୁଣି କେବେ ସିଦ୍ଧାନ୍ତ ଓ ରଚନା ?

674 Views

ସାଗରଗଙ୍ଗା, ଭାଇ ହେଲା ଭଗାରୀ ,ଯଶୋଦା, ଲକ୍ଷେ ଶିବ ପୂଜି ପାଇଚି ପୁଅ, ଲକ୍ଷ୍ମଣ ରେଖା, ଲକ୍ଷ୍ମୀ ପ୍ରତିମା, ଗଙ୍ଗା ଯମୁନା, ସୁହାଗ ସିନ୍ଦୂର, କଳକୀ ଅବତାର, ପରଦେଶୀ ବାବୁ, କଣ୍ଢେଇ ଆଖିରେ ଲୁହ, ନାରୀ ବି ପିନ୍ଧିପାରେ ରକ୍ତ ସିନ୍ଦୂର, ସିନ୍ଦୂର ନୁହେଁ ଖେଳ ଘର, ପବିତ୍ର ବନ୍ଧନ, ଧର୍ମ ସହିଲେ ହେଲା ଓ ସନ୍ତାନ ଆଦି ସମେତ ଅନେକ ଓଡ଼ିଆ ଛବିରେ ୨୦୦୨ରେ ରିଲିଜ୍‌ ହୋଇଥିବା ‘ସନ୍ତାନ’ ପରେ ରଚନା ବାନାର୍ଜୀ ଅନ୍ୟ କୌଣସି ଓଡ଼ିଆ ସିନେମାରେ ଅଭିନୟ କରିନାହାନ୍ତି। କିନ୍ତୁ ପ୍ରାୟ ବର୍ଷେ ହେବ ଚର୍ଚ୍ଚା ହେଉଛି ଯେ ରଚନା ବାନାର୍ଜୀ ଓଲିଉଡକୁ ଫେରିବେ। ପୁଣି ଦର୍ଶକ ପରଦା ଉପରେ ସେମାନଙ୍କର ପ୍ରିୟ ଯୋଡ଼ି ସିଦ୍ଧାନ୍ତ-ରଚନାଙ୍କୁ ଦେଖିବାକୁ ପାଇବେ।

ପ୍ରଥମେ ଶୁଣିବାକୁ ମିଳିଥିଳା ଯେ ଓଲିଉଡର ଜଣାଶୁଣା ନିର୍ଦ୍ଦେଶକ ଏସ୍‌.କେ.ମୁରଲୀଧରନ୍‌ ରଚନାଙ୍କୁ ଓଲିଉଡକୁ ଫେରାଇ ଆଣିବେ। ହେଲେ ତାହା କେବଳ ଚର୍ଚ୍ଚାରେ ରହିଯାଇଛି। ଆଉ ଜଣେ ନିର୍ଦ୍ଦେଶକ ସେଭଳି ଯୋଜନାକୁ ସଫଳ ରୂପ ଦେବାକୁ ଯାଉଥିବାର ଖବର ମିଳିଥିଲା। ଏହି ନିର୍ଦ୍ଦେଶକ ହେଲେ ମାଧବ ପରିଡ଼ା।

ମାଧବ ପରିଡ଼ା ରଚନାଙ୍କୁ ନେଇ ଯେଉଁ ଓଡ଼ିଆ ସିନେମାର ଯୋଜନା କରିଛନ୍ତି, ତା’ର ଟାଇଟଲ ହେଲା ‘ରକ୍ତ ଚିହ୍ନେ ରକ୍ତକୁ’। ସ୍ୱରୂପ ନାୟକଙ୍କ ସ୍ୱର ସଂଯୋଜନାରେ ଫିଲ୍ମର ଗୀତ ରେକର୍ଡିଂ ସରିଛି। ଟିକେ ବିଳମ୍ବ ହେଲେ ବି ରଚନା ଓଡ଼ିଆ ସିନେମାରେ କାମ କରିବେ। ଯଦି ଏହା ସଫଳ ହୁଏ ତେବେ ଦର୍ଶକ ଏକାସାଙ୍ଗେ ପରଦାରେ ସିଦ୍ଧାନ୍ତ ଓ ରଚନାଙ୍କୁ ବି ଭେଟିବେ ।

By amfnews

Related Post