Sun. Mar 8th, 2026

ପରଦାକୁ ଫେରିଲେ ପପୁ ପମ୍‌ପମ୍

406 Views

ଭୁବନେଶ୍ବର : ଦେଢ଼ ବର୍ଷ ପରେ ପୁଣି ରୂପେଲି ପରଦାକୁ ଫେରୁଛନ୍ତି ହାସ୍ୟ ଅଭିନେତା ପପୁ ପମ୍‌ପମ୍। କିଛି ଦିନ ପରେ ତାଙ୍କ ଅଭିନୀତ ଓଲିଉଡ୍‌ ଚଳଚ୍ଚିତ୍ର ‘ମିଷ୍ଟର୍ କହ୍ନେୟା’ ପରଦାକୁ ଆସିବ। ଚଳଚ୍ଚିତ୍ରର ସୁଟିଂ ଆରମ୍ଭ ହୋଇଯାଇଥିବା ବେଳେ ଗଣେଶ ପୂଜାରେ ଏହା ମୁକ୍ତିଲାଭ କରିବା ପାଇଁ ଯୋଜନା କରିଛି ପ୍ରଯୋଜନା ସଂସ୍ଥା। ସୀତାରାମ ଅଗ୍ରୱାଲ୍ ଓ ନମିତା ଅଗ୍ରୱାଲ୍‌ଙ୍କ ପ୍ରଯୋଜିତ ସିଦ୍ଧାର୍ଥ ମ୍ୟୁଜିକ୍‌ର ୨୭ତମ ଚଳଚ୍ଚିତ୍ରରେ ପପୁଙ୍କ ନୂଆ ଅବତାର ଦେଖିବାକୁ ମିଳିବ। ପୂର୍ବରୁ‌ ସେ ଅନେକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ମଧ୍ୟ ଦେଢ଼ ବର୍ଷ ପୂର୍ବେ ହଠାତ ଯକୃତ ରୋଗରେ ପୀଡ଼ିତ ହୋଇ ଦିଲ୍ଲୀରେ ଚିକିତ୍ସିତ ହୋଇଥିଲେ। ‘ସୁନ୍ଦରଗଡ଼ର ସଲମାନ୍ ଖାନ’ ଚଳଚ୍ଚିତ୍ର ସୁଟିଂ ଶେଷ ପରେ ସେ ଅସୁସ୍ଥ ହୋଇପଡ଼ିଥିଲେ। ରଥଯାତ୍ରା‌ରେ ସେ ନିଜ ନିର୍ଦେଶିତ ‘ଚିର୍‌କୁଟ’ ଚଳଚ୍ଚିତ୍ର ନିର୍ମାଣ କରିଥିବା ବେଳେ ସେ ପୁଣି ଅଭିନୟକୁ ଫେରିଛନ୍ତି ବୋଲି ପ୍ରକାଶ କରିଛନ୍ତି। ତାଙ୍କ ବିପକ୍ଷରେ ବଙ୍ଗୀୟ ଅଭିନେତ୍ରୀ ଝିଲିକ୍ ନାୟିକା ହୋଇଛନ୍ତି। ଫିଲ୍ମର ନିର୍ଦେଶନା ଦେଇଛନ୍ତି ରମେଶ ରାଉତ ଓ ସଂଗୀତରେ ସଜାଇଛନ୍ତି ବୈଦନାଥ ଦାଶ।

By amfnews

Related Post