Sat. Mar 7th, 2026

ପବ୍‌ଜି ଗେମ୍‌ରେ ମଜ୍ଜି ପାଣି ବଦଳରେ ଏସିଡ଼ ପିଇଦେଲା ଯୁବକ

388 Views

ଭୋପାଳ: ପବ୍‌ଜି ଗେମ୍‌ର କୁପରିଣତି ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ଭୋପାଳରେ। ଏଠାରେ ଜଣେ ଯୁବକ ପବ୍‌ଜି ଗେମ୍‌ ଖେଳିବାରେ ଏଭଳି ମଗ୍ନ ଥିଲା ଯେ ସେ ପାଣି ବଦଳରେ ଏସିଡ଼ ପିଇଦେଲା। ଏକଥା ଜାଣିବାପରେ ଘର ଲୋକେ ଯୁବକକୁ ହସ୍ପିଟାଲ ନେଇଥିଲେ, ଯେଉଁଠାରେ ଅବଶ୍ୟ ତା’ର ପ୍ରାଣରକ୍ଷା ହୋଇଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଯୁବକ ମୂଳତଃ ଛିନ୍ଦଓ୍ଵାଡାର,ମାତ୍ର ସେ ଭୋପାଳରେ ରହେ। ୨୫ ବର୍ଷୀୟ ଏହି ଯୁବକ ପବଜି ଗେମ୍‌ ନିଜ ଘର ଅଗଣାରେ ବସି ଖେଳୁଥିଲା।

ଖେଳରେ ମଜ୍ଜି ଯାଇ ଯେତେବେଳେ ଶୋଷ ଲାଗିଥିଲା,ସେତେବେଳେ ସେ ପାଖରେ ଥିବା ଏକ ଏସିଡ଼ି ବୋତଲରେ ଥିବା ତରଳ ପଦାର୍ଥକୁ ପାଣି ଭାବି ପିଇ ଦେଇଥିଲା। ପୀଡିତ ଯୁବକ ଏବେ ନାଗପୁର ହସ୍ପିଟାଲରେ ଚିକିତ୍ସିତ ହେଉଛି। ଚିକିତ୍ସା କରୁଥିବା ଡାକ୍ତରଙ୍କ ଅନୁଯାୟୀ ଯୁବକଟି ଏସିଡ଼ ପିଇ ଦେଇଥିବା ହେତୁ ତା’ର ପେଟରେ ଅଲସର ହୋଇଯାଇଛି। ତାମିଲନାଡୁପରେ ମଧ୍ୟପ୍ରଦେଶରେ ପବ୍‌ଜି ଗେମ୍‌କୁ ନିଷିଦ୍ଧ କରିବା ଲାଗି ଦାବି ହୋଇଛି।

By amfnews

Related Post