Sat. Mar 7th, 2026

ପତ୍ନୀ ହତ୍ୟା ମାମଲାରେ ଜେଲ୍‌ ଯାଇଥିବା ଟିଭି ଆଙ୍କର୍‌ ସୁହୈବ୍‌ ଇଲିୟାସିଙ୍କୁ ଦୋଷମୁକ୍ତ କଲେ ଦିଲ୍ଲୀ ହାଇକୋର୍ଟ

283 Views

ନୂଆଦିଲ୍ଲୀ: ପତ୍ନୀ ହତ୍ୟା ମାମଲାରେ ଜେଲ୍‌ ଦଣ୍ଡ ଭୋଗୁଥିବା ପୂର୍ବତନ ଟି ଭି ଉପସ୍ଥାପକ ଓ ପ୍ରଯୋଜକ ସୁହୈବ୍‌ ଇଲିୟାସିଙ୍କୁ ଶୁକ୍ରବାର ଦିନ ଦିଲ୍ଲୀ ହାଇକୋର୍ଟ ଦୋଷମୁକ୍ତ କରିଛନ୍ତି। ନିଜ ପତ୍ନୀଙ୍କୁ ହତ୍ୟା କରିଥିବା କାରଣରୁ ଦୋଷୀସାବ୍ୟସ୍ତ ହେବା ଯାବଜ୍ଜୀବନ କରାଦଣ୍ଡାଦେଶ ପାଇବା ରାୟକୁ ଚାଲେଞ୍ଜ୍‌ କରି ଇଲିୟାସିଙ୍କ ଆବେଦନକୁ ଜଷ୍ଟିସ୍‌ ଏସ୍‌ ମୁରଲିଧର ଏବଂ ବିନୋଦ ଗୋଏଲ୍‌ଙ୍କ ଖଣ୍ଡପୀଠ ଗ୍ରହଣ କରିଥିଲେ।

ପତ୍ନୀ ଅଞ୍ଜୁ ଇଲିୟାସିଙ୍କ ହତ୍ୟା ମାମଲାରେ ଗତବର୍ଷ ଡିସେମ୍ବର ୨୦ ତାରିଖରେ ଟ୍ରାଏଲ୍‌ କୋର୍ଟ ତାଙ୍କୁ ଦଣ୍ଡାଦେଶ ଦେଇଥିଲେ। ରାୟକୁ ଚାଲେଞ୍ଜ୍‌ କରି ମାର୍ଚ ୨୦୧୮ ମସିହାରେ ସେ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଥିଲେ

ପୂର୍ବତନ ଟେଲିଭିଜନ୍‌ ଉପସ୍ଥାପକ ଇଲିୟାସି ଅତ୍ୟଧିକ ଜନପ୍ରିୟ ଅପରାଧିକ ସୋ’ ‘ଇଣ୍ଡିଆଜ୍‌ ମୋଷ୍ଟ୍‍ ଓ୍ଵାଣ୍ଟେଡ୍‌’ ପାଇଁ ପ୍ରସିଦ୍ଧି ଲାଭ କରିଥିଲେ। ୨୦୦୦ ମସିହାରେ ନିଜ ପତ୍ନୀଙ୍କ ମୃତ୍ୟୁ ସମ୍ବନ୍ଧରେ କାରକରଡୁମା ଅଦାଲତ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇଥିଲେ।

ଛୁରି ଭୁଷି ପତ୍ନୀଙ୍କୁ ହତ୍ୟା କରିଛନ୍ତି ବୋଲି ଚାର୍ଜ କରାଯାଇଥିବା ଇଲିୟାସିଙ୍କୁ ଟ୍ରାଏଲ୍‌ କୋର୍ଟ କହିଥିଲେ କି, ନରହତ୍ୟା କରି ଆତ୍ମହତ୍ୟାର ରୂପ ଦେଇଛନ୍ତି।

୨୦୦୦ ମସିହା ଜାନୁଆରି ୧୧ ତାରିଖ ଦିନ ଅଞ୍ଜୁଙ୍କୁ ସୁହୈବ୍‌ଙ୍କ ପୂର୍ବ ଦିଲ୍ଲୀ ବାସଭବନରୁ ମାରାତ୍ମକ କ୍ଷତାକ୍ତ ଅବସ୍ଥାରେ ଡାକ୍ତରଖାନାକୁ ନିଆଯାଇଥିଲା। ୨୦୦୦ ମସିହା ମାର୍ଚ ୨୮ ତାରିଖ ଦିନ ଇଲିୟାସିଙ୍କୁ ଗିରଫ କରାଯାଇଥିଲା।

By amfnews

Related Post