Sat. Mar 7th, 2026

ପତ୍ନୀ ସହ ଝଗଡ଼ା ହେବା ହେତୁ ରାଗରେ ଆସି ନିଜ ନାବାଳିକା ଝିଅ ସହ ଦୁଷ୍କର୍ମ କଲା ବାପ

273 Views

ଗୁରୁଗ୍ରାମ: ପତ୍ନୀ ସହ ଝଗଡ଼ା ହେବା ପରେ କ୍ରୋଧରେ ଆସି ନିଜ ୧୩ ବର୍ଷୀୟା ନାବାଳିକା ଝିଅ ସହ ଦୁଷ୍କର୍ମ କରିବା ଅଭିଯୋଗରେ ୩୯ ବର୍ଷିଅ ଅଭିଯୁକ୍ତକୁ ପୁଲିସ୍‌ ପୋସ୍କୋ ଆଇନ୍‌ ଅଧୀନରେଏକ ମାମଲା ରୁଜୁ କରିଛି।

ଗୁରୁବାର ସଂଧ୍ୟାରେ ପୀଡ଼ିତା ନାବାଳିକାର ମାଆ ତାଙ୍କ ସ୍ୱାମୀଙ୍କ ବିରୋଧରେ ଗୁରୁବାର ସଂଧ୍ୟାରେ ଅଭିଯୋଗ ଆଣିଛନ୍ତି। ଅଭିଯୁକ୍ତ ଏବେ କେଉଁଆଡ଼େ ଫେରାର୍‌ ହୋଇ ଯାଇଥିବା ସୂଚନା ରହିଛି। ତାଙ୍କ ବିରୋଧରେ ଡିଏଲ୍‌ଏଫ୍‌୩ ପୁଲିସ୍‌ ଷ୍ଟେସନ୍‌ରେ ମାମଲା ରୁଜୁ ହୋଇଛି।

ପୁଲିସ୍‌ ତଦନ୍ତ କରି ଜାଣିବାକୁ ପାଇଛି ୩୯ ବର୍ଷିଅ ଏହି ଅଭିଯୁକ୍ତ ଜଣକ ଜଣେ ଗାଡ଼ି ଚାଳକ। ତାଙ୍କ ପତ୍ନୀ ପର ଘରେ ଗୃହ ସହାୟିକା ଭାବେ କାମ କରି ଜୀବିକା ନିର୍ବାହ କରନ୍ତି। ପତି-ପତ୍ନୀଙ୍କ ଘର ପାଲଓ୍ଵାଲ୍‌ଠାରେ। ସେ ଗୁରୁଗ୍ରାମର ଡିଏଲ୍‌ଏଫ୍‌୩ ଅଞ୍ଚଳରେ ଭଡ଼ା ଘରେ ରହନ୍ତି।

ଏପ୍ରିଲ୍‌ ୧୯ ତାରିଖରେ ପତି-ପତ୍ନୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ପତି ତାଙ୍କ ପତ୍ନୀଙ୍କୁ ଏକ ବୋତଲରେ ପିଟିଥିବା ପତ୍ନୀ ଅଭିଯୋଗ ଆଣିଛନ୍ତି। ପରେ ପତ୍ନୀ ଛାତ ଉପରକୁ ପଳାଇଥିଲେ। ସେ ସମୟରେ ବ୍ୟକ୍ତି ଜଣକ ରାଗରେ ଆସି ଝିଅ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

By amfnews

Related Post