Sat. Mar 7th, 2026

ପତ୍ନୀ ସହ ଅନୈତିକ ସଂପର୍କ ସନ୍ଦେହ : ସଂପର୍କୀୟଙ୍କୁ କଟୁରିରେ ହାଣି ହତ୍ୟା

307 Views

ଢେଙ୍କାନାଳ : ସନ୍ଦେହ ଯେ କିଭଳି ଭୟାବହ ହୋଇପାରେ ତାର ଏକ ସଦ୍ୟ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ସଦର ଥାନା ବିଦାବନ୍ଧ ଗାଁରେ। ପତ୍ନୀର ଚରିତ୍ରକୁ ସନ୍ଦେହ କରି ଜଣେ ଯୁବକ ତା’ର ସଂପର୍କୀୟ ଶଳାଙ୍କୁ କଟୁରିରେ ହାଣିବା ସହ ‌େଯୗନାଙ୍ଗ କାଟିଦେଇ ଫେରାର ହୋଇଯାଇଛି। ଘଟଣାସ୍ଥଳରେ ସଂପର୍କୀୟ ଶଳାଙ୍କର ମୃତ୍ୟୁ ଘଟିଛି। ଏ ଘଟଣା ଅଞ୍ଚଳରେ ଆଲୋଡ଼ନ ଖେଳାଇଛି।

ପୁଲିସ ସୂତ୍ରରୁ ପ୍ରକାଶ, ସଦର ବ୍ଲକ୍‌ ନରଣପୁର ଗାଁର ଦୁର୍ଯ୍ୟୋଧନ ରାଉତ(୩୦) ୩ ବର୍ଷ ତଳେ ବିଦାବନ୍ଧ ଗାଁର ରୁବି ରାଉତଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ପତ୍ନୀଙ୍କର ତାଙ୍କ ବଡ଼ବାପା ପୁଅ ଭାଇ ନଗେଶ ରାଉତ(୩୫)ଙ୍କ ସହ ଅନୈତିକ ସଂପର୍କ ଥିବା ଦୁର୍ଯ୍ୟୋଧନ ସନ୍ଦେହ କରୁଥିଲେ। ଗତକାଲି ରାତିରେ ନଗେଶ ନିଜ ଘରେ ଶୋଇଥିବାବେଳେ ରାତି ପ୍ରାୟ ସାଢ଼େ ୧୧ଟା ସମୟରେ ଦୁର୍ଯ୍ୟୋଧନ ଏକ କଟୁରି ନେଇ ନଗେଶଙ୍କ ମୁଣ୍ଡ ଓ ଶରୀରର ବିଭିନ୍ନ ସ୍ଥାନରେ ଚୋଟ ପରେ ଚୋଟ ପକାଇଥିଲା। ରକ୍ତମୁଖା ଦୁର୍ଯ୍ୟୋଧନ ଶଳା ନଗେଶଙ୍କ ଯୌନାଙ୍ଗକୁ ମଧ୍ୟ କାଟିଦେଇଥିଲା। ଫଳରେ ଘଟଣାସ୍ଥଳରେ ନଗେଶଙ୍କର ମୃତ୍ୟୁ ଘଟିଥିଲା।

By amfnews

Related Post