Tue. Nov 5th, 2024

ପତ୍ନୀଙ୍କୁ ନିର୍ଯାତନା ଅଭିଯୋଗରେ ଗିରଫ ହେଲେ ସେନା ଅଧିକାରୀ

By amfnews Oct 9, 2020 #Featured
157 Views

ଭୁବନେଶ୍ୱର, ଅକ୍ଟୋବର ୦୯ : ପତ୍ନୀଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେବା ଅଭିଯୋଗରେ ମହିଳା ଥାନା ପୁଲିସ୍‌ ଜଣେ ଆର୍ମି ମେଜରଙ୍କୁ ଗିରଫ କରିଛି । ସେ ହେଲେ ଭୁବନେଶ୍ୱର ନୟାପଲ୍ଲୀରେ ରହୁଥିବା ୧୭୬/ଏଲ୍‌ ରେଜିମେଣ୍ଟର ମେଜର ସୌମ୍ୟ ରଞ୍ଜନ ପତି। ପତ୍ନୀଙ୍କ ଅଭିଯୋଗକ୍ରମେ ମହିଳା ଥାନା ପୁଲିସ ତାଙ୍କୁ ଗିରଫ କରିବା ପରେ କୋର୍ଟ ଚାଲାଣ କରିଥିଲା । ପରେ ତାଙ୍କୁ ବିଳମ୍ୱିତ ରାତିରେ ନିୟମ ମୁତାବକ ଆର୍ମି କଷ୍ଟେଡିକୁ ପଠାଯାଇଥିବା ଜଣାପଡିଛି ।

ସେଥିପାଇଁ ଗତକାଲି ବିଳମ୍ୱିତ ରାତିରେ କୋର୍ଟ ଖାଲିବା ସହ ଶୁଣାଣି ମଧ୍ୟ ହୋଇଥିଲା । ଅଭିଯୁକ୍ତଙ୍କ ବିରୋଧରେ ହତ୍ୟା ଉଦ୍ୟମ ଦଫା ସହ ଯୌତୁକ ନିର୍ଯାତନା ଦଫା ମଧ୍ୟ ଲାଗିଛି। କୋର୍ଟରେ ଭଚ୍ୟୁଆଲ୍‌ ହିୟରିଂ ହୋଇପାରି ନଥିବା ଜଣାପଡିଛି ।

ମହିଳା ଥାନା ପୁଲିସ୍‌ କହିଛି, ମେଜର ଶ୍ରୀ ପତିଙ୍କ ସ୍ତ୍ରୀ ହେଉଛନ୍ତି ଜଣେ ଆଇନଜୀବୀ । ମେଜର ଶ୍ରୀ ପତି ଦୀର୍ଘ ଦିନ ହେବ ପତ୍ନୀଙ୍କୁ ନିର୍ଯାତନା ଦେଇ ଆସୁଥିଲେ । ଏ ସମ୍ପର୍କରେ ତାଙ୍କ ପତ୍ନୀ ପୂର୍ବରୁ ତାଙ୍କ ନାମରେ ଥାନାରେ ଅଭିଯୋଗ ଦାୟର କରିଥିଲେ ।

By amfnews

Related Post