Sun. Apr 20th, 2025

ପଟାଙ୍ଗିରେ ମାଓ ସାମଗ୍ରୀ ଜବତ

By amfnews Oct 9, 2018 #Featured
166 Views

କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକ ଅନ୍ତର୍ଗତ ସୁଙ୍ଖି ପଞ୍ଚାୟତ ର ସେତ୍ରାଇ ଗ୍ରାମ ନିକଟସ୍ଥ ଜଙ୍ଗଲରେ ପୁଲିସ ମାଓବାଦୀ ମଧ୍ୟରେ ଗୁଳି ବିନିମୟ ଘଟି ବହୁ ମାତ୍ରାରେ ମାଓ ସାମଗ୍ରୀ ଜବତ ହୋଇଥିବା ବେଳେ ପୁଲିସ ମାଓ କ୍ୟାମ୍ପ ଧ୍ୱଂସ କରିଛି। ଯବାନ ମାନେ ଅପରେସନ ସାରି ଫେରିଲେ ସମ୍ପୂର୍ଣ୍ଣ ତଥ୍ୟ ଓ ଘଟଣାର ଠିକଣା ଜଣାପଡିବ।
ଉକ୍ତ ଅଞ୍ଚଳରେ ୧୫ ରୁ ୨୦ ମାଓବାଦୀ ମାନେ କ୍ୟାମ୍ପ କରି କିଛି ବଡ ଧରଣର ଯୋଜନା କରୁଥିବା ସୂଚନା ପାଇବା ପରେ ବିଏସଏଫ ଓ ଏସଓଜି ଯବାନ ମିଳିତ ଭାବେ ୬ /୦୯ / ୨୦୧୮ ତାରିଖରୁ ଏହି ଅଞ୍ଚଳରେ କମ୍ବିଂ ଅପରେସନ କରିବାକୁ ଯାଇଥିଲେ।
୭/୧୦/୨୦୧୮ ତାରିଖ ଦିନ ପାଖାପାଖି ଅପରାହ୍ନ ୧.୪୫ ମିନିଟରେ ଜଙ୍ଗଲରେ ମାଓବାଦୀ ମାନେ ପୁଲିସ ଆସିବା ଜାଣି ପାରି ଅତର୍କିତ ଭାବେ ଗୁଳି ଚଳାଇଥିଲେ।ପୁଲିସ ମଧ୍ୟ ପାଲଟା ଜବାବ ରେ ଗୁଳି ଚଳାଇଥିଲେ।ପ୍ରାୟ ୧୦/୧୫ ମିନିଟ ଧରି ଉଭୟ ମଧ୍ୟରେ ଗୁଳି ବିନିମୟ ହୋଇଥିଲା।ଯବାନ ମାନେ ମାଓବାଦୀ ଙ୍କ ଉପରେ ଭାରି ପଡିବାରୁ ମାଓବାଦୀ ମାନେ ଘଞ୍ଚ ଜଙ୍ଗଲର ଆଢୁଆଳରେ ଖସି ପଳାଇଥିଲେ।ପରେ ପୁଲିସ ଘଟଣା ସ୍ଥଳର ତଲାସୀ କରିବା ବେଳେ କ୍ୟାମ୍ପରେ ବ୍ୟବହାର ହେଉଥିବା ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ ପୁଲିସ ଜବତ କରିଛି।ସାମଗ୍ରୀର ସମ୍ପୂର୍ଣ୍ଣ ବିବରଣୀ ଯବାନ ଅପରେସନ ସାରି ଆସିଲେ ଜଣାପଡିବ।
ଘଟଣା ସ୍ଥଳରେ ମାଓବାଦୀ ସଂଗଠନ ର ଅନେକ ବଡ ମାଓ ନେତା ଉପସ୍ଥିତ ଥିବା ବେଳେ ୧୫/୨୦ ମାଓବାଦୀ ରହିଥିବା ବିଏସଏଫ ସୂତ୍ରରୁ ଜଣାପଡ଼ିଛି।ଘଞ୍ଚ ଜଙ୍ଗଲର ସୁଯୋଗ ନେଇ ସମସ୍ତେ ଖସି ଯାଇଛନ୍ତି।
ବିଏସଏଫ ତରଫରୁ ମିଳିଥିବା ସୂଚନାନୁସାରେ ପୁଲିସ ମାଓବାଦୀ ଗୁଳି ବିନିମୟ ରେ କୌଣସି କ୍ଷୟକ୍ଷତି ହୋଇ ନଥିବା ଜଣାପଡିଛି।ମାଓବାଦୀଙ୍କ ଉପସ୍ଥିତି କୁ ନଜର ରଖି ଅଞ୍ଚଳରେ କମ୍ବିଂ ଅପରେସନକୁ ଜୋରଦାର କରାଯାଇଥିବା ବେଳେ ଆଗାମୀ ଦିନରେ ଅପରେସନକୁ ବଢାଇବା ପାଇଁ ବିଏସଏଫ ଡିଆଇଜି ସୁକୁମାର ଷଢଙ୍ଗୀ ସୂଚନା ଦେଇଛନ୍ତି।

By amfnews

Related Post