Sun. Mar 8th, 2026

ପଞ୍ଜାବ ରାଜ୍ୟ ନିର୍ବାଚନ କମିସନଙ୍କ ହୋର୍ଡିଂରେ ବଳାତ୍କାରୀର ଫଟୋ ଦେଖି ଅସନ୍ତୋଷ ଜାହିର କରି ଏହି ପଦକ୍ଷେପ ନେଲେ ନିର୍ଭୟାଙ୍କର ମାଆ

229 Views

ନୂଆଦିଲ୍ଲୀ  : ୨୦୧୨ର ଲୋମହର୍ଷଣକାରୀ ନିର୍ଭୟାକାଣ୍ଡକୁ ଆଜି ଯାଏଁ ଲୋକେ ଭୁଲିପାରିନାହାନ୍ତି। ଦୁଷ୍କର୍ମକାରୀଙ୍କ ବର୍ବରତାକୁ ଏବେ ବି ଦେଶବାସୀ ଭୁଲିନାହାନ୍ତି। ଏଭଳି ସ୍ଥିତିରେ ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ୍‌ ହେବାରେ ଲାଗିଛି, ଯେଉଁଥିରେ ନିର୍ଭୟାର ହତ୍ୟାକାରୀର ଏକ ଫଟୋ ପଞ୍ଜାବ ରାଜ୍ୟ ନିର୍ବାଚନ କମିସନଙ୍କ ଏକ ହୋର୍ଡିଂରେ ଦେଖିବାକୁ ମିଳିଛି। ଏହାକୁ ନେଇ ନିର୍ଭୟାଙ୍କ ମାଆ ଆଶା ଦେବୀ ଅସନ୍ତୋଷ ଜାହିର କରିଛନ୍ତି।

ଆଶା ଦେବୀ ଗତକାଲି ଦିଲ୍ଲୀ ମହିଳା କମିସନ ଅଧ୍ୟକ୍ଷା ସ୍ୱାତୀ ମାଲିଓ୍ଵାଲଙ୍କୁ ସାକ୍ଷାତ କରି ଅଭିଯୋଗ କରିଛନ୍ତି। ଆଶା ଦେବୀ ଅଭିଯୋଗ କରିଛନ୍ତି ଯେ ପଞ୍ଜାବ ରାଜ୍ୟ ନିର୍ବାଚନ କମିସନ୍‌ ନିଜର ହୋର୍ଡଂରେ ଯେଉଁ ବ୍ୟକ୍ତିର ଫଟୋ ଲଗାଇଛନ୍ତି, ସେ ନିର୍ଭୟା ଦୁଷ୍କର୍ମ ଓ ହତ୍ୟା ମାମଲାର ପ୍ରମୁଖ ଦୋଷୀ। ସେ କେତେ ଥର ଏକଥା ବି କହିଛି ଯେ ମହିଳାମାନେ ନିଜେ ହିଁ ଦୁଷ୍କର୍ମ , ଦୁଷ୍କର୍ମକାରୀକୁ ନିମନ୍ତ୍ରିତ କରିଥାନ୍ତି।

ଆଶା ଦେବୀଙ୍କ ଅଭିଯୋଗ ପାଇବା ପରେ ସ୍ୱାତୀ ମାଲୀଓ୍ଵାଲ୍‌ ପଞ୍ଜାବ ରାଜ୍ୟ ନିର୍ବାଚନ କମିସନଙ୍କୁ ନୋଟିସ ପଠାଇଛନ୍ତି। ସେ କହିଛନ୍ତି ଯେ ହୋର୍ଡଂରେ ବ୍ରାଣ୍ଡ ଆମ୍ବାସାଡର ଭାବେ ବଳାତ୍କାରୀର ଫଟୋର ଉପଯୋଗ ହେଲେ, ତାହା  ଦୁଷ୍କର୍ମ ପୀଡ଼ିତାଙ୍କ ବାପା ମାଆଙ୍କ ସମେତ ଅନ୍ୟ ମହିଳାମାନଙ୍କୁ ମଧ୍ୟ କଷ୍ଟ ଦେଇଥାଏ।

By amfnews

Related Post