Tue. Mar 10th, 2026

ପଞ୍ଜାବରେ ପୁଣି ଉଡ଼ିଲା ପାକିସ୍ତାନୀ ଡ୍ରୋନ୍

170 Views

ଚଣ୍ଡିଗଡ: ଚଳିତମାସରେ ତୃତୀୟ ଥର ପାଇଁ ପଞ୍ଜାବ ସୀମାରେ ପାକିସ୍ତାନୀ ଡ୍ରୋନ୍ ଉଡ଼ିବାର ଦେଖିବାକୁ ମିଳିଛି। ଆଜି ସକାଳେ ଫିରୋଜପୁର ସୀମାରେ ପୁଣିଥରେ ଦୁଇଟି ପାକିସ୍ତାନୀ ଡ୍ରୋନ୍ ଏକା ସାଙ୍ଗରେ ଉଡ଼ୁଥିବାରୁ ଦେଖିବାକୁ ମିଳିଛି। ସ୍ଥାନୀୟ ଲୋକ କହିଛନ୍ତି ଯେ, ଡ୍ରୋନଟି ଦୁର୍ଘଟଣାଗ୍ରସ୍ତ ହୋଇ ତଳେ ଖସିପଡ଼ିଛି। ହେଲେ ବିଏସଏଫ୍ ଅଧିକାରୀଙ୍କ ସୂଚନା ଅନୁଯାୟୀ ଡ୍ରୋନଟି ପୁଣି ଥରେ ପାକିସ୍ତାନ ପଟକୁ ଫେରିଯାଇଛି।

ଉଭୟ ପଞ୍ଜାବ ପୁଲିସ୍ ଏବଂ ସେନା ଅଧିକାରୀ ତଦନ୍ତ ଜାରି ରଖିଛନ୍ତି। ଏହା ପୂର୍ବରୁ ସୋମବାର ରାତିରେ ମଧ୍ୟ ପଞ୍ଜାବର ହୁସେନୀବାଲା ସେକ୍ଟରରେ ଦୁଇ ପାକିସ୍ତାନ ଡ୍ରୋନ୍ ଉଡ଼ୁଥିବାର ଦେଖିବାକୁ ମିଳିଥିଲା। ପ୍ରଥମ ଡ୍ରୋନ୍ ୧୦ଟାରୁ ୧୦ଟା ୪୦, ଦ୍ୱିତୀୟ ଡ୍ରୋନ୍ ୧୨ଟା ୨୫ରେ ଉଡୁଥିବାର ଦେଖିବାକୁ ମିଳିଥିଲା।

ଏହା ପୂର୍ବରୁ ଅକ୍ଟୋବର ୧ ରାତିରେ ଫାଜିଲ୍କା ସୀମାରେ ପାକିସ୍ତାନୀ ଡ୍ରୋନ୍ ଉଡ଼ୁଥିବାର ଦେଖିବାକୁ ମିଳିଥିଲା। ସେହିପରି ଅଗଷ୍ଟ ୧୩ରେ ମଧ୍ୟ ଏକ ସନ୍ଦିଗ୍ଧ ଡ୍ରୋନ୍ ଅମୃତସରର ମୁହାବା ଗାଁରେ ଥିବା ଏକ ଧାନ ବିଲରେ ଖସି ପଡ଼ିଥିବା ଦେଖିବାକୁ ମିଳିଥିଲା।

By amfnews

Related Post