Tue. Jan 14th, 2025

ପଞ୍ଚୁକ ବ୍ରତର ଦ୍ୱିତୀୟ ଦିନ, ବାଙ୍କଚୂଡ଼ ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜୀଉ

By amfnews Nov 20, 2018 #Featured
170 Views

ପୁରୀ, ନଭେମ୍ବର ୨୦: ପବିତ୍ର କାର୍ତ୍ତିକ ମାସର ପଂଚୁକ ବ୍ରତର ଆଜି ଦ୍ୱିତୀୟ ଦିନ । ଦ୍ୱିତୀୟ ଦିନରେ କାର୍ତିକ ଶୁକ୍ଳ ପକ୍ଷ ଦ୍ୱାଦଶୀ ତିଥିକୁ ଗରୁଡ ଉତଥାପନ ଦ୍ୱାଦଶୀ ଭାବରେ ପାଳନ କରାଯାଇଥାଏ । ଶ୍ରୀମନ୍ଦିରରେ ମହାପ୍ରଭୁ ଆଜି ବାଙ୍କଚୂଡ଼ରେ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ।

ପଞ୍ଚୁକ ବ୍ରତ ପାଇଁ ଶ୍ରୀକ୍ଷେତ୍ର ଚଳଚଂଚଳ ହୋଇଉଠିଛି । ଭକ୍ତମାନେ ଭୋରରୁ ଧାଡିରେ ଯାଇ ଶ୍ରୀଜୀଉଙ୍କ ବାଙ୍କଚୂଡ଼ ବେଶ ଦର୍ଶନ କରୁଛନ୍ତି । କିମ୍ବଦନ୍ତୀ ଅନୁସାରେ ଆଜିର ଦିନରେ ଅକ୍ରୁରଙ୍କୁ ଶ୍ରୀକୃଷ୍ଣ ବାଙ୍କଚୂଡ ବେଶରେ ଦର୍ଶନ ଦେଇଥିଲେ । ଏହା ସହିତ ଶ୍ରୀକୃଷ୍ଣଙ୍କ ବାଙ୍କଚୂଡ଼ ବେଶ ଗୋପୀଙ୍କୁ ମଧ୍ୟ ବେଶ୍‌ ଆକୃଷ୍ଟ କରୁଥିଲା । ସେଥିପାଇଁ ଶ୍ରୀଜୀଉଙ୍କର ଆଜି ବାଙ୍କଚୂଡ଼ ବେଶ କରାଯିବାର ପରମ୍ପରା ରହିଛି ।

ସ୍ନାନ ପରେ ଶ୍ରୀବିଗ୍ରହମାନଙ୍କ ମସ୍ତକରେ ଚନ୍ଦ୍ରିକା ଚୂଳ ସହିତ ଦକ୍ଷିଣକୁ ଖୋସାପଡ଼େ ଏବଂ ଏହି ଖୋସାର ଅଗରେ ଏକ ସୁବର୍ଣ୍ଣ କିଆ ଖଞ୍ଜାଯାଏ । ଛୋଟ ସ୍ୱର୍ଣ୍ଣ କିରୀଟ ବିଗ୍ରହଙ୍କ ମସ୍ତକରେ ଶୋଭା ପାଇଥାଏ । ଏହା ବାଳଧୂପ ଶେଷ ହେବା ପର୍ଯ୍ୟନ୍ତ ରହେ । ଶ୍ରଦ୍ଧାଳୁମାନଙ୍କର ଶୃଙ୍ଖଳିତ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ୧୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିଛନ୍ତି ।

ଏଠାରେ ଉଲ୍ଲେଖ ଯୋଗ୍ୟ, ଗତକାଲି ପଂଚୁକର ପ୍ରଥମ ଦିନରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତିକାନ୍ତିରେ ବିଭ୍ରାଟ ହୋଇଥିଲା । ସଂଧ୍ୟା ୬ଟାରେ ପ୍ରଥମ ଭୋଗମଣ୍ଡପ ଉଠିଥିଲା । ଫଳରେ ଭକ୍ତମାନେ ନିରାଶ ହୋଇଥିଲେ ଓ ହବିଷ୍ୟାଳିମାନେ ଅବଢା ପାଇବାରେ ବହୁ ବିଳମ୍ବ ହୋଇଥିଲା ।

By amfnews

Related Post