Sun. Mar 8th, 2026

ପଛରେ ପଡ଼ିଲେ ବିଜେପିର ପଙ୍କଜା ମୁଣ୍ଡେ

225 Views

ମୁମ୍ବାଇ: ମହାରାଷ୍ଟ୍ର ସରକାରରେ ମନ୍ତ୍ରୀ ଥିବା ତଥା ବରିଷ୍ଠ ବିଜେପି ନେତ୍ରୀ ପଙ୍କଜା ମୁଣ୍ଡେ ୮ମ ରାଉଣ୍ଡ ଭୋଟ ଗଣତି ସୁଦ୍ଧା ପଛରେ ପଡ଼ି ଯାଇଛନ୍ତି। ପର୍ଲି ଆସନରୁ ପ୍ରାର୍ଥୀ ହୋଇଥିବା ପଙ୍କଜାଙ୍କ ବିରୋଧରେ କଂଗ୍ରେସ ଧନଞ୍ଜୟ ମୁଣ୍ଡେଙ୍କୁ ଟିକେଟ ଦେଇଥିଲା।

ବର୍ତ୍ତମାନ ସୁଦ୍ଧା ପାର୍ଲିବାସୀ ଧନଞ୍ଜୟ ମୁଣ୍ଡେଙ୍କୁ ସମର୍ଥନ ଦେଇ ଆସିଛନ୍ତି। ବିଧାନସଭାର ବିରୋଧୀ ଦଳ ନେତା ଭାବେ କାର୍ଯ୍ୟ କରୁଥିବା ଧନଞ୍ଜୟ ବିଜେପି ପ୍ରାର୍ଥୀ ପଙ୍କଜା ମୁଣ୍ଡେଙ୍କ ଠାରୁ ୬,୮୭୦ ଖଣ୍ଡ ଭୋଟ ଆଗରେ ରହିଛନ୍ତି। ଯଦି ଏହି ଟ୍ରେଣ୍ଡ ଚାଲିବ, ତା’ହେଲେ ପଙ୍କଜା ମୁଣ୍ଡେଙ୍କୁ ପରାଜୟର ସ୍ୱାଦ ଚାଖିବାକୁ ପଡ଼ିବ।

By amfnews

Related Post