Sat. Mar 7th, 2026

ପଂଚଦଶ ଅର୍ଥ କମିସନ ଆଗରେ ବିଜେଡି ରଖିଲା ଏହି ଦାବି

352 Views

ଭୁବନେଶ୍ୱର: ପଂଚଦଶ ଅର୍ଥ କମିସନ ଆଗରେ ମଙ୍ଗଳବାର ବିଜୁ ଜନତା ଦଳ (ବିଜେଡି) ଅନେକ ଦାବି ରଖିଛି। ଅର୍ଥ କମିଶନର ଅଧ୍ୟକ୍ଷ ନନ୍ଦ କିଶୋର ସିଂହ ୫ ଦିନିଆ ଗସ୍ତରେ ଓଡ଼ିଶା ଆସିଥିବା ବେଳେ ବିଜେଡି ଆଜି ଏହି ଦାବିଗୁଡ଼ିକ ଉପସ୍ଥାପନ କରିଛି।

ରିପୋର୍ଟ ଅନୁସାରେ ବିଜେଡି ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟପାହ୍ୟା ମାନ୍ୟତା ପାଇଁ ଦାବି କରିଛି। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ପାଇଁ ସ୍ୱତନ୍ତ୍ର ପାଣ୍ଠି ଗଠନ, କୃଷି ସାମଗ୍ରୀ ବିକ୍ରି ସମବାୟ ସ୍ୱତନ୍ତ୍ର ପାଣ୍ଠି, ବିଆରଜିଏଫ ଓ କେବିକେ ଯୋଜନାର ପୁନଃପ୍ରଚଳନ ଜାରି ରଖିବାକୁ ବିଜେଡି ମୁଖପାତ୍ର ଅମର ପଟ୍ଟନାୟକ ଓ ସମ୍ମିତ ପାତ୍ର ଦାବି ରଖିଛନ୍ତି

ଅର୍ଥ କମିସନର ଅଧ୍ୟକ୍ଷ ନନ୍ଦକିଶୋର ସିଂହଙ୍କ ସ୍ଥାନୀୟ ମେ ଫେୟାର ହୋଟେଲ ଠାରେ ଆଜି ବିଜେଡି କର୍ମୀଙ୍କ ସହିତ ଆଲୋଚନା କରିଥିଲେ। ସେ ଜାନୁଆରି ୯ (ବୁଧବାର)ରେ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ। ଜାନୁଆରି ୯ ଅପରାହ୍ନରେ ଶ୍ରୀ ସିଂହ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମର ପ୍ରତିନିଧିଙ୍କୁ ଭେଟିବେ।

By amfnews

Related Post