Sun. Mar 8th, 2026

ନ୍ୟୁଜିଲାଣ୍ଡ ଦ୍ୱିତୀୟ ଦିନିକିଆ: ଟସ୍‌ ଜିଣି ଭାରତର ବ୍ୟାଟିଂ ନିଷ୍ପତ୍ତି

288 Views

ମାଉଣ୍ଟ୍‌ ମେଙ୍ଗନୁଇ (ନ୍ୟୁଜିଲାଣ୍ଡ୍‌) : ଭାରତ ଏବଂ ନ୍ୟୁଜିଲାଣ୍ଡ୍‌ ମଧ୍ୟରେ ଚାଲିଥିବା ୫ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ଦ୍ଵିତୀୟ ମ୍ୟାଚ୍‌ ମାଉଣ୍ଟ୍‌ ମେଙ୍ଗନୁଇର ବେ ଓଭାଲ ଠାରେ ଆରମ୍ଭ ହୋଇଛି। ଭାରତୀୟ ଦଳ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ପ୍ରଥମ ମ୍ୟାଚ୍‌ ଜିତିଥିବା ଭାରତୀୟ ଦଳର ପ୍ଲେଇଂ ଏକାଦଶରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ଭାରତୀୟମାନେ ସ୍ୱଦେଶରେ ସାଧାରଣତନ୍ତ୍ର ଦିବସ ପାଳନରେ ବ୍ୟସ୍ତ ଥିବାବେଳେ ନ୍ୟୁଜିଲାଣ୍ଡରେ ବିରାଟ ବାହିନୀ ୨-୦ରେ ଆଗୁଆ ରହିବା ଲକ୍ଷ୍ୟରେ ବ୍ୟାଟିଂ ଆରମ୍ଭ କରିଛି। ପିଚ୍‌ ରିପୋର୍ଟ ଅନୁଯାୟୀ, ଏଠାରେ ବଡ ସ୍କୋର ହେବାର ସମ୍ଭାବନା ରହିଛି।
ଭାରତ ପକ୍ଷରୁ ବ୍ୟାଟିଂ ଓପଡ଼ କରିଛନ୍ତି ରୋହିତ ଶର୍ମା ଓ ଶିଖର ଧାଓ୍ଵନ। ପ୍ରଥମ ୬ ଓଭର ସୁଦ୍ଧା ଭାରତ କୌଣସି ଓ୍ଵିକେଟ ନ ହରାଇ ସଂଗ୍ରହ କରିଛି ୩୧ ରନ। ରୋହିତ ଶର୍ମା ୧୭ରନ୍‌ ଓ ଶିଖର ଧାଓ୍ଵନ ୧୨ ରନ୍‌ କରି ବ୍ୟାଟିଂ କରୁଛନ୍ତି।
ଭାରତୀୟ ଦଳ: ରୋହିତ ଶର୍ମା, ଶିଖର ଧାଓ୍ଵନ, ବିରାଟ କୋହଲି, ମହେନ୍ଦ୍ର ସିଂହ ଧୋନି, କେଦାର ଯାଦବ, ଅମ୍ବାତି ରାଇଡୁ, ବିଜୟ ଶଙ୍କର, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ଭୁବନେଶ୍ୱର କୁମାର ଓ ମହମ୍ମଦ ସାମି।
ନ୍ୟୁଜିଲାଣ୍ଡ ଟିମ୍‌- ମାର୍ଟିନ ଗୁପ୍‌ଟିଲ, କଲିନ୍‌ ମୁନ୍‌ରୋ, କେନ ଓ୍ଵିଲୟମସନ, ରୋଜ ଟେଲର, ଟମ୍‌ ଲାଥମ, ହେନେରୀ ନିକୋଲାସ, କଲିନ ଡି ଗ୍ରାମହୋମ, ଡଉ୍‌ ବ୍ରେସେଓ୍ଵଲ,ଇଶ ସୋଧି, ଲୋକି ଫର୍ଗୁସନ, ଟ୍ରେଣ୍ଟ ବୋଲ୍ଟ।

By amfnews

Related Post