Thu. Dec 26th, 2024

ନୌସେନାକୁ ମିଳିଲା ଡିଏସଆରଭି, ଭାରତ ହେଲା ଇଂଲଣ୍ଡ-ଆମେରିକା-ଋଷିଆ ସମକକ୍ଷ

By amfnews Dec 13, 2018 #Featured
305 Views

ମୁମ୍ବାଇଲ୍ଲୀ, ଡିସେମ୍ବର ୧୩ : ନୌସେନା ମୁଖ୍ୟ ଆଡମିରାଲ ସୁନୀଲ ଲାମ୍ବା ବୁଧବାର ବୁଡ଼ିଯାଉଥିବା ଜାହାଜକୁ ଉଦ୍ଧାର କରିବାର କ୍ଷମତା ରଖିଥିବା ଜାହାଜ (ଡିଏସଆରଭି) ରାଷ୍ଟ୍ର ଏବଂ ନୌସେନାକୁ ସମର୍ପିତ କରିଦେଇଛନ୍ତି । ଏହି ଜାହାଜ ସମୁଦ୍ର ମଧ୍ୟରେ ବିପରୀତ ପରିସ୍ଥିତି ସମୟରେ ଦୁର୍ଘଟଣାଗ୍ରସ୍ତ ଜାହାଜକୁ ଉଦ୍ଧାର କରିପାରିବ । ଏଥି ସହିତ ଗଭୀର ସମୁଦ୍ରକୁ ଯାଇ ଏଥିରେ ଥିବା ଲୋକଙ୍କୁ ଉଦ୍ଧାର କରିପାରିବ । ଭାରତୀୟ ନୌସେନାରେ ଏହି ଜାହାଜ ସାମିଲ ହେବା ପରେ ଭାରତ ଏବେ ଆମେରିକା, ଇଂଲଣ୍ଡ, ଋଷିଆ, ଚୀନ, ଫ୍ରାନ୍ସ ଏବଂ ଜର୍ମାନୀ ସହିତ ସମକକ୍ଷ ହୋଇପାରିଛି । ପୂର୍ବରୁ ଏହି ଦେଶମାନଙ୍କ ନିକଟରେ ଏଭଳି ଉଦ୍ଧାର ଜାହଜ ଥିଲା ।

ମୁମ୍ବାଇର ନାଭାଲ ଡାକ ଠାରେ ଆୟୋଜିତ ସମାରୋହରେ ନୌସେନ ପ୍ରମୁଖ ଆଡମିରଲ କହିଛନ୍ତି, ‘ଡିପ ସବମଜେନ୍ସ ରେସକ୍ୟୁ ଭିକିଲସ)କୁ ନୌସେନାରେ ସାମିଲ କରାଯାଇଛି । ଏହା ଦେଶ ପାଇଁ ଗର୍ବର ବିଷୟ । ଏହି ପ୍ରଣାଳୀ ଭାରତୀୟ ନୌସେନାକୁ ବିଶ୍ୱ ନୌସେନାର ସମୂହରେ ଯୋଡ଼ି ଦେଇଛି । ବିଦେଶରେ ପୂର୍ବରୁ ଉଦ୍ଧାରକାରୀ ଜାହାଜ ଥିଲା । ଏବେ ଭାରତ ବୁଡିଯାଉଥିବା ଜାହାଜକୁ ଉଦ୍ଧାର କରିବାରେ ସକ୍ଷମ ହେବ । କାରଣ ଏଥିରେ ଅତ୍ୟାଧୁନିକ ଜ୍ଞାନ କୌଶଳ ବ୍ୟବହାର କରାଯାଇଛି ।

କ୍ୟାପଟେନ ଅରୁଣ ଜଜ କହିଛନ୍ତି, ନୌସେନାରେ ସାମିଲ କରାଯିବା ପୂର୍ବରୁ ଭଲ ଭାବରେ ପରୀକ୍ଷା କରାଯାଇଥିଲା । ପରୀକ୍ଷାରେ ୬୦ରୁ ଅଧିକ ଦିନ ଲାଗିଥିଲା । ଏଥିରେ ୩୨ ଦିନ ସମୁଦ୍ରରେ ଥିଲା । ୩୩ ଟନ ଓଜନର ଏହି ଡିଏସଆରଭି ଜାହାଜ ପାଇଁ ୨୦୦୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା ।

By amfnews

Related Post