Sun. Mar 8th, 2026

ନୂତନ ଢଙ୍ଗରେ ଶପଥ ଗ୍ରହଣ କାଲେ ଆନ୍ଧ୍ର ପ୍ରଦେଶର ବିଧାୟକ

174 Views

ବିଜୟାଓ୍ଵାଡା : ଆନ୍ଧ୍ର ପ୍ରଦେଶର ଜଣେ ନବ ନିର୍ବାଚିତ ବିଧାୟକ ଈଶ୍ୱରଙ୍କ ପରିବର୍ତ୍ତେ ମୁଖ୍ୟମନ୍ତ୍ରୀ ତଥା ଓ୍ଵାଇଏସ ଆର୍‌ କଂଗ୍ରେସ ଅଧ୍ୟକ୍ଷ ଜଗମୋହନ ରେଡ୍ଡୀଙ୍କ ନାଆଁରେ ଶପଥ ଗ୍ରହଣ କରିଥିବା ଚର୍ଚ୍ଚାର ବିଷୟ ହୋଇଛି। ନେଲ୍ଲୋର ଗ୍ରାମୀଣ ଆସନରୁ ବିଜୟୀ ହୋଇଥିବା ବିଧାୟକ କୋରାମ ରେଡ୍ଡୀ ଶ୍ରୀଧର ରେଡ୍ଡୀ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ନିଜର ବିଶ୍ୱାସନୀୟତା ଦର୍ଶାଇବା ଲାଗି ଏହି ପଦକ୍ଷେପ ନେଇଥିଲେ।

ସେ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ଜଗନ୍‌ ତାଙ୍କ ପାଇଁ ଭଗବାନ ଅଟନ୍ତି। ଏହାପରେ ପ୍ରୋଟେମ୍‌ ବାଚସ୍ପତି ସଂମ୍ବାଙ୍ଗୀ ଅପ୍ପାଲା ନାଇଡୁ ତତକ୍ଷଣାତ୍‌ ବିଧାୟକ ଶ୍ରୀଧର ଇଶ୍ୱରଙ୍କ ନାଆଁରେ ଶପଥ ନେଇଥିଲେ। ପରେ ଶ୍ରୀଧର ରେଡ୍ଡୀ କହିଥିଲେ ଯେ ସେ ଖୁବ୍‌ ଭାବପ୍ରବଣ ହୋଇ ଉଠିଥିଲେ,ଏଣୁ ନିୟମ ନ ମାନି ଶପଥ ଗ୍ରହଣ କରିଥିଲେ।

By amfnews

Related Post