Thu. Dec 26th, 2024

ନୂଆ ରୂପରେ ପୁଣି ମାର୍କେଟକୁ ଫେରିଲା ହ୍ୟୁଣ୍ଡାଇ ସାଣ୍ଟ୍ରୋ, ବୁକିଂ ଆରମ୍ଭ

By amfnews Oct 26, 2018 #Featured
129 Views

ରାଉରକେଲା, ୨୬ା୧୦ : କାର୍ ନିର୍ମାଣ କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା ହ୍ୟୁଣ୍ଡାଇ କମ୍ପାନୀର ସାଣ୍ଟ୍ରୋ କାର୍ ଦୀର୍ଘ ବର୍ଷ ପରେ ପୁଣି ନୂତନ ସଂସ୍କରଣରେ ବଜାର ପ୍ରବେଶ କରିଛି । ନୂତନ ରୂପରେ ଆସିଥିବା ଏହି କାର ମଧ୍ୟବିତ୍ତ ବର୍ଗଙ୍କ ଠାରୁ ଆରମ୍ଭ କରି ଉଚ୍ଚବର୍ଗର ଗ୍ରାହକଙ୍କ ଚାହିଦା ମେଣ୍ଟାଇବାରେ ସଫଳ ହେବ ବୋଲି ହ୍ୟୁଣ୍ଡାଇ କମ୍ପାନୀର ସ୍ଥାନୀୟ ଅଧିକୃତ ବିକ୍ରେତା କୋଶଲା ହ୍ୟୁଣ୍ଡାଇ ସ୍ୱତ୍ତ୍ୱାଧିକାରୀ ପଦ୍ମିନୀ ପାଣିଗ୍ରାହୀ ସୂଚନା ଦେଇଛନ୍ତି । କୋଶଲା ହ୍ୟୁଣ୍ଡାଇ ଶୋ ରୁମରେ ନୂତନ କାରର ଉଦ୍ଘାଟନ ଉତ୍ସବ ଅନୁଷ୍ଠିତ ହୋଇଥିଲା ।

ଏଥିରେ ବିଶିଷ୍ଟ ଖେଳାଳୀ ତଥା ଅର୍ଜୁନ ପୁରସ୍କାର ପ୍ରାପ୍ତ ସୁନୀଲ ପାତ୍ର, ୟୁଥ୍ ଅଲମ୍ପିୟାନ ସୁଧୀର ଚିର୍ମାକୋ, ଆର୍ଏସ୍ପି ଅର୍ଥ ବିଭାଗ ମହାପ୍ରବନ୍ଧକ କେ.ଏଲ୍. ଚାନ୍ଦ, କୋଶାଲା ହ୍ୟୁଣ୍ଡାଇ ନିର୍ଦ୍ଦେଶକ ପ୍ରକାଶ ପାଣିଗ୍ରାହୀ, ଚଳଚ୍ଚିତ୍ର ଅଭିନେତ୍ରୀ ଅଲିଶା ଚୋପ୍ରା ଉପସ୍ଥିତ ଥିଲେ । ଶ୍ରୀ ପାଣିଗ୍ରାହୀ କହିଲେ ଯେ, ହ୍ୟୁଣ୍ଡାଇ କମ୍ପାନୀ ପ୍ରଥମେ ହିଁ ସାଣ୍ଟ୍ରୋ କାର୍ ନେଇ ବଜାରରେ ପ୍ରବେଶ କରିଥିଲା । ପ୍ରାୟ ୨୦ ବର୍ଷ ତଳେ ଏହି ବ୍ରାଣ୍ଡ ମାର୍କେଟରେ ଚାହିଦା ସୃଷ୍ଟି କରିଥିଲା । କିନ୍ତୁ ଗତ ୪ ବର୍ଷ ହେଲା କମ୍ପାନୀ ଏହି ବ୍ରାଣ୍ଡର ଉତ୍ପାଦନ ବନ୍ଦ କରିଦେଇଥିଲା ।

କିନ୍ତୁ ସାଣ୍ଟ୍ରୋ କାର୍ ଗ୍ରାହକଙ୍କ ଫିଡ୍ବ୍ୟାକ୍ ପୁଣିଥରେ କମ୍ପାନୀକୁ ଏହି କାର୍ ତିଆରି କରିବାକୁ ବାଧ୍ୟ କରିଛି । କାର୍ର ଏକ୍ସ ଶୋ’ରୁମ୍ ମୂଲ୍ୟ ୩ ଲକ୍ଷ ୯୦ ହଜାରରୁ ୫ ଲକ୍ଷ ୬୪ ହଜାର ପର୍ଯ୍ୟନ୍ତ ଧାର୍ଯ୍ୟ ରହିଛି । ତେବେ ଏହା ଅତ୍ୟାଧୁନିକ ଟେକ୍ନୋଲୋଜିରେ ନିର୍ମାଣ କରାଯାଇଛି । ୧୧୦୦ ସିସି ଇଞ୍ଜିନ କ୍ଷମତା ବିଶିଷ୍ଟ ସାଣ୍ଟ୍ରୋ ଉଭୟ ପେଟ୍ରୋଲ ଓ ସିଏନ୍ଜି ଭାରିୟାଣ୍ଟରେ ଉପଲବ୍ଧ ହେଉଛି । ଏହି ନୂତନ କାରର ବିକାଶ ପାଇଁ କମ୍ପାନୀ ପ୍ରାୟ ୭୦୦ କୋଟି ଟଙ୍କା ଖର୍ଚ୍ଚ କରିଥିବା ଶ୍ରୀ ପାଣିଗ୍ରାହୀ କହିଥିଲେ । ଇତିମଧ୍ୟରେ ଏହି କାର୍ର ବୁକିଂ ଚାହିଦା ବୃଦ୍ଧି ପାଇଛି । କାର୍ଟି ସବୁବର୍ଗର ଗ୍ରାହକଙ୍କ ଚାହିଦା ମେଣ୍ଟାଇ ପାରିବ ବୋଲି ସେ କହିଛନ୍ତି । ଏହି ଉତ୍ସବରେ କୋଶଲା ହ୍ୟୁଣ୍ଡାଇର ସମସ୍ତ କର୍ମଚାରୀ ଓ ଅଧିକାରୀମାନେ ଉପସ୍ଥିତ ଥିଲେ ।

By amfnews

Related Post