Sat. Mar 7th, 2026

ନୂଆ ବର୍ଷ ପାଇଁ ସଜେଇ ହୋଇଛି ପୁରୀ

247 Views

ପୁରୀ : ଆଉ ଦିନକ ପରେ ନୂଆ ବର୍ଷ। ପୁରୁଣା ବର୍ଷକୁ ବିଦାୟ ସହ ନୂଆ ବର୍ଷରେ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିବେ ଶ୍ରଦ୍ଧାଳୁ। ଏଥିପାଇଁ ପୁରୀରେ ଏବେଠାରୁ ପର୍ଯ୍ୟଟକଙ୍କ ଭିଡ଼ ଜମିଲାଣି।

ନୂଆ ବର୍ଷ ନିମନ୍ତେ ପୁରୀରେ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ୭୫ମିଟର ସୁରକ୍ଷା ବଳୟକୁ ଉଚ୍ଛେଦ କରାଯିବା ପରେ ଶ୍ରୀମନ୍ଦିର ସମ୍ମୁଖକୁ ସଜାଯାଇଛି। ଏହାସହ ମେଘନାଦ ପାଚେରିର ଚତୁଃପାର୍ଶ୍ୱରେ ଗଛ ଲଗାଯାଇଥିବା ବେଳେ ରାତିରେ ରଙ୍ଗବେରଙ୍ଗ ଆଲୋକମାଳାରେ ସାଜସଜ୍ଜା କରାଯାଇଛି।

ଶୃଙ୍ଖଳିତ ଦର୍ଶନ ପାଇଁ ସିଂହଦ୍ୱାର ସମ୍ମୁଖରେ ବ୍ୟାରିକେଡ କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ୬୫ ପ୍ଲାଟୁନ ପୁଲିସ୍‌ ଫୋର୍ସ ସହ ୨୭୬ଜଣ ଅଧିକାରୀ ମୁତୟନ ହୋଇଛନ୍ତି। ଭକ୍ତମାନେ ଲମ୍ବା ଧାଡ଼ିରେ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବା ନିମନ୍ତେ ବ୍ୟାପକ ବ୍ୟବସ୍ଥା କରାଯାଇଛି।

By amfnews

Related Post