Mon. Apr 28th, 2025

ନୂଆ ଫର୍ମାଟ୍‌ରେ ଆସୁଛି ‘ବିଗ୍‌ ବସ୍‌’…

By amfnews Sep 1, 2018 #Featured
363 Views

ମୁମ୍ବାଇ    :    ରିୟଲିଟି ଶୋ ବିଗ୍‌ ବସ୍‌ ଏବେ ନୂଆ ଫର୍ମାଟ୍‌ରେ ଆସୁଛି। ଏହା ସଫଳତାର ସହ ୧୧ ତମ ସଂସ୍କରଣ ପୂରା କରିସାରିଲାଣି। ଏଥିସହିତ ଆଗାମୀ ୧୬ ସେପ୍ଟେମ୍ବଠାରୁ ଏହାର ୧୨ତମ ସଂସ୍କରଣ ଆରମ୍ଭ ହେବା ପାଇଁ ସବୁପ୍ରକାର ପ୍ରସ୍ତୁତି ସରିସାରିଛି। ଚଳିତ ବର୍ଷ ଏହି ‘ଶୋ’ ସାଧାରଣ ପ୍ରତିଯୋଗୀଙ୍କ ସହିତ ‘ବିଚିତ୍ର ଯୋଡ଼ି’ ଭାଗନେବେ। ଏହାଦ୍ୱାରା ‘ଶୋ’ ଆହୁରି ମଜାଦାର ହେବ ବୋଲି ନିର୍ମାତା ଆଶା ରଖିଛନ୍ତି।

ଛୋଟ ପରଦାରେ ଯଦି କୌଣସି ସିରିୟଲ କଥା ଉଠେ ତା’ହେଲେ ଲୋକଙ୍କର ପ୍ରଥମେ ‘ବିଗ୍‌ବସ୍‌’ କଥା ହିଁ ମନକୁ ଆସିବ। କାରଣ ଏହି ସିରିୟଲ୍‌ ଦର୍ଶକଙ୍କୁ ସବୁ ପ୍ରକାର ମନୋରଞ୍ଜନର ଖୋରାକ୍‌ ଦେଇଥାଏ। ବିଗ୍‌ବସ୍‌ ଏମିତି ଏକ ‘ଶୋ’ ଯେଉଁଥିରେ ଲଭ୍‌, ରୋମାନ୍ସ, ଆକ୍ସନ୍‌, କମେଡି ଓ ଡ୍ରାମା ଆଦି ସିନ୍‌ ଦର୍ଶକଙ୍କୁ ଦେଖିବାକୁ ମିଳିଥାଏ।

ଇତି ମଧ୍ୟରେ ବିଗ୍‌ବସ୍‌ ସିଜିନ୍‌ ୧୨ ର ଅନେକ ପ୍ରମୋ ରିଲିଜ୍ ହୋଇସାରିଛି। ଯାହା ସାହାଯ୍ୟରେ ସଲମାନ୍‌ ବିଚିତ୍ର ଯୋଡ଼ି ସମ୍ୱନ୍ଧରେ ଦର୍ଶକମାନଙ୍କୁ ସମ୍ୟକ ଧାରଣା ଦେଇଚାଲିଛନ୍ତି।

ନିକଟରେ ଏକ ନୂଆ ପ୍ରମୋ ରିଲିଜ୍‌ ହୋଇଛି। କଲର୍ସ ଚ୍ୟାନେଲ୍‌ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏହାକୁ ଟ୍ୱିଟରରେ ପୋଷ୍ଟ କରିଛନ୍ତି। ଯେଉଁଥିରେ ଦେଖାଯାଉଛି, ସଲମାନ୍‌ ଖାନ୍‌ ଜଣେ ସରକାରୀ ଚାକିରିଆ ଭାବେ ନଜର ଆସୁଛନ୍ତି। ଏଥିସହିତ ଏକ ‘ବିଚିତ୍ର ଯୋଡ଼ି’ ଭାବେ କାମଚୋର ମାଡାମ୍‌ ଓ ଚୁଗୁଲଖୋର ପିଅନକୁ ଦର୍ଶକମାନଙ୍କ ସହ ପରିଚୟ କରାଉଛନ୍ତି।

By amfnews

Related Post