ନୀଳଗିରି : ବାଲେଶ୍ବର ଜିଲ୍ଲାର ନୀଳଗିରି ଥାନା ଅଞ୍ଚଳରେ ଜଙ୍ଗଲରେ ଜଣେ ଯୁବକଙ୍କ ମୃତଦେହ ଠାବ ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ନୀଳଗିରି ଥାନା ଅନ୍ତର୍ଗତ ତିନିକୋଶିଆ ସଂରକ୍ଷିତ ଜଙ୍ଗଲରେ ଉକ୍ତ ଯୁବକଙ୍କ ମୃତଦେହ ପଡ଼ିଥିବାର ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ଏହାପରେ ନୀଳଗିରି ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛି। ଏଥିସହ ମୃତଦେହ ନିକଟରେ ପଡ଼ିଥିବା ଏକ ବାଇକ୍ ଓ ଆଧାର କାର୍ଡକୁ ପୁଲିସ୍ ଜବତ କରିଛି। ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ଜଣାପଡ଼ି ନାହିଁ। ପୁଲିସ୍ ଶବ ବ୍ୟବଚ୍ଛେଦ ଲାଗି ପଠାଇଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇପାରିବ ବୋଲି ପୁଲିସ୍ ପକ୍ଷରୁ କୁହାଯାଇଛି।
ମୃତକଙ୍କ ନାମ ଉତ୍ତମ ଦେହୁରୀ ବୋଲି ଜଣାଯାଇଛି। ସେ ମୟୂରଭଞ୍ଜ ଜିଲ୍ଲାର କପ୍ତିପଦା ଥାନା ଅନ୍ତର୍ଗତ କାଲାଢ଼ାହି ଗ୍ରାମର ୰ ନିରଞ୍ଜନ ଦେହୁରୀଙ୍କ ପୁଅ ବୋଲି ଜଣାଯାଇଛି। ତାଙ୍କର ବୟସ ୩୨ ବର୍ଷ ବୋଲି କୁହାଯାଉଛି। ନୀଳଗିରି ପୁଲିସର ଘଟଣାର ତଦନ୍ତ କରି ହତ୍ୟା ସନ୍ଦେହରେ ମାନସ ପଲେଇ ନାମକ ଜଣେ ଯୁବକକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି।