244 Views
ମହୀଶୂର : ନିଜ ମନ ଉପରୁ ନିୟନ୍ତ୍ରଣ ହରାଇଲେ ସିଦ୍ଧରମୈୟା | ଏୟାରପୋର୍ଟରେ ଜଣକୁ ଚାପୁଡା ମାରିଲେ କର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା । ମହୀଶୂରରେ ଏୟାରପୋର୍ଟରେ ଦେଖିବାକୁ ମିଳିଛି ଏପରି ଏକ ଘଟଣା । ଆଜି ସିଦ୍ଧରମୈୟା ମହୀଶୂରରେ ଥିଲେ । ତାଙ୍କ ସହିତ କାହାକୁ କଥା ହେବାକୁ ଦେଉନଥିଲେ ତାଙ୍କ ସୁରକ୍ଷାରେ ଥିବା କର୍ମଚାରୀ।
#WATCH: Congress leader and Karnataka’s former Chief Minister Siddaramaiah slaps his aide outside Mysuru Airport.
ଏତିକି ବେଳେ ତାଙ୍କ ପାର୍ଟିର ଜଣେ ଲୋକ କୌଣସି ଜଣେ ଅଧିକାରୀଙ୍କ ସହିତ ଫୋନରେ କଥା କରାଇବାକୁ ଯାଇ ତାଙ୍କ କାନରେ ମୋବାଇଲ୍ ଫୋନ୍ ଲଗାଇ ଦେଇଥିଲେ । ଆଉ ଏତିକିରେ ରାଗି ପାଚି ଲାଲ୍ ହୋଇ ଯାଇଥିଲେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ।
ନିଜ ଉପରୁ ନିୟନ୍ତ୍ରଣ ହରାଇ ଥିଲେ । ନିଜ ପାର୍ଟି ଲୋକଙ୍କୁ ସମସ୍ତଙ୍କ ଆଗରେ ମାରିଥିଲେ ଚାପୁଡା । ଏହି ଚାପୁଡା ଖାଇଥିବା ଲୋକ ଜଣକ ତାଙ୍କ ଅଫିସର ଜଣେ କର୍ମଚାରୀ ବୋଲି ଜଣାପଡିଛି । ତେବେ ଏହି ଘଟଣା ପରେ ବିଭିନ୍ନ ମହଲରୁ ସିଦ୍ଧରମୈୟାଙ୍କୁ ସମାଲୋଚନାର ଶିକାର ହେବାକୁ ପଡିଛି ।