Sat. Mar 7th, 2026

ନିର୍ଭୟା ମାମଲା: ଦୋଷୀ ମୁକେଶ ଆବେଦନର ଶୁଣାଣି ଖୁବଶୀଘ୍ର

197 Views

ନୂଆଦିଲ୍ଲୀ : ନିର୍ଭୟାଙ୍କୁ ଦୁଷ୍କର୍ମ କରିବା ସହିତ ହତ୍ୟା କରିବା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୪ ଦୋଷୀଙ୍କୁ ଫେବୃଆରୀ ୧ ତାରିଖରେ ଫାଶୀ ଖୁଣ୍ଟରେ ଝୁଲାଯିବ। ୪ ଦୋଷୀଙ୍କ ମଧ୍ୟରୁ ଅନ୍ୟତମ ଦୋଷୀ ମୁକେଶ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି। ରାଷ୍ଟ୍ରପତିଙ୍କ ମୁକେଶ ସିଂହର ରାଜକ୍ଷମା ଆବେଦନ ଖାରଜ କରିଥିଲେ। ଏହାପରେ ମୁକେଶ ରାଜକ୍ଷମା ଆବେଦନ ଖାରଜ ହେବାକୁ ନେଇ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛି।

ମୁକେଶ ସିଂହର ଓକିଲ ଏହି ଆବେଦନକୁ ଶୀଘ୍ର ଶୁଣାଣି ପାଇଁ ଆବେଦନ କରିଥିଲେ। କୋର୍ଟକୁ ମଧ୍ୟ ସୁପ୍ରିମକୋର୍ଟର ପ୍ରଧାନବିଚାରପତି ଏହି ଭଳି ପରାମର୍ଶ ଦେଇଛନ୍ତି। ଫାଶୀ ଖୁଣ୍ଟରେ ଝୁଲିବା ପାଇଁ ଅଳ୍ପ ସମୟ ରହିଛି। ତେଣୁ କୋର୍ଟ ମୁକେଶର ଆବେଦନକୁ ପ୍ରଥମେ ଶୁଣାଣି କରିବା ଦରକାର। ଦେଶର ପ୍ରଧାନ ବିଚାରପତି ଜଷ୍ଟିସ ଏସ.ଏ ବୋବଡ଼େ କୋର୍ଟକୁ ଏଭଳି ପରାମର୍ଶ ଦେଇଛନ୍ତି। ଆବେଦନକାରୀର ଫାଶୀ ଆଉ ତିନି ଦିନ ପରେ ରହିଛି। ତେଣୁ ତାଙ୍କର ଆବେଦନକୁ ପ୍ରାଥମିକତା ଆଗ ଦେବା ଦରକାର ବୋଲି ପ୍ରଧାନ ବିଚାରପତି କହିଛନ୍ତି।

ସୂଚନାଯୋଗ୍ୟ, ଜାନୁଆରୀ ୧୭ ତାରିଖରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ନିର୍ଭୟା ଦୁଷ୍କର୍ମ ମାମଲାର ଦୋଷୀ ମୁକେଶ ସିଂହର ରାଜକ୍ଷମା ଆବେଦନ ଖାରଜ କରିଥିଲେ।

By amfnews

Related Post