Sun. Mar 8th, 2026

ନିର୍ବାଚନ ପାନେଲ୍‌କୁ ବିଜେପିର ଚିଠି: ନମୋ ଟିଭିରୁ ପ୍ରାମାଣିକ ବିଷୟବସ୍ତୁ ବାଦ ଦେଇଛୁ

284 Views

ନୂଆଦିଲ୍ଲୀ: ନମୋ ଟିଭିରେ ରେକର୍ଡ ହୋଇ ପ୍ରଦର୍ଶନ କରାଯାଉଥିବା ସମସ୍ତ କାର୍ଯ୍ୟକ୍ରମ ପ୍ରି-ସାର୍ଟିଫାଏଡ୍‌ ହେବ ବୋଲି ନିର୍ବାଚନ କମିସନ ନିର୍ଦେଶ ଦେବାର ଦୁଇ ଦିନ ପରେ ଶନିବାର ଦିନ ବିଜେପି ଦିଲ୍ଲୀ ନିର୍ବାଚନ ସଂସ୍ଥାନକୁ ଚିଠି ଲେଖିଛି ଯେ ଚାନେଲ୍‌ରୁ ପ୍ରାମାଣିକ ବିଷୟବସ୍ତୁ ବାଦ ଦିଆଯାଇଛି।

ଦିଲ୍ଲୀ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟର ଜଣେ ଅଧିକାରୀ କହିଛନ୍ତି ଅପରାହ୍ଣରେ ବିଜେପି ଉତ୍ତର ଦେଇ କହିଛି କି, ମିଡିଆ ସାର୍ଟିଫିକେସନ୍‌ ଆଣ୍ଡ୍‌ ମନିଟରିଙ୍ଗ୍‌ କମିଟି (ଏମ୍‌ସିଏମ୍‌ସି) ଦ୍ୱାରା ‘ନଟ୍‌ ସାର୍ଟିଫାଏଡ୍‌’ କିଂବା ‘ରିଟର୍ଣ୍ଣଡ୍‌’ ହୋଇଥିବା କୌଣସି ବିଷୟବସ୍ତୁ ସେମାନେ ପ୍ରଦର୍ଶନ କରିବେ ନାହିଁ।

ପାର୍ଟି ମଧ୍ୟ କହିଛି ଯେ ପୂର୍ବରୁ ଚାନେଲ୍‌ରେ ପ୍ରଦର୍ଶୀତ ହୋଇ ଥିବା ପ୍ରମାଣିକ ବିଷୟବସ୍ତୁଗୁଡ଼ିକୁ ଆଉ ପ୍ରଦର୍ଶନ କରାଯାଉ ନାହିଁ।

ଶନିବାର ଦିନ ସିଇଓଙ୍କ କାର୍ଯ୍ୟାଳୟ ଆହୁରି ମଧ୍ୟ ନିର୍ଦେଶ ଦେଇଛନ୍ତି ଯେ ନମୋ ଟିଭିରେ ପ୍ରଦର୍ଶନ କରାଯାଉଥିବା ସମସ୍ତ ଭିଡିଓରେ ଯେମିତି ସିଇଓଙ୍କ ସାର୍ଟିଫିକେସନ୍‌ ନମ୍ବର ଥାଏ- ସେ ବାବଦରେ ପାର୍ଟି ନିଶ୍ଚିତ ରହିବ।

By amfnews

Related Post