Sat. Mar 7th, 2026

ନିର୍ବନ୍ଧ ସରିଥିଲା, ବାହାଘର ଆଗରୁ ସେଲଫି ନେବାରୁ ଭାବି ପତି-ପତ୍ନୀଙ୍କୁ ହତ୍ୟା

274 Views

କରାଚୀ, ଡିସେମ୍ବର ୦୪: ଜଣେ ୧୯ ବର୍ଷୀୟା ଯୁବତୀଙ୍କର ବାହାଘର ପାଇଁ ନିର୍ବନ୍ଧ ସରିଥିଲା।ହେଲେ ବିବାହର କିଛି ଦିନ ପୂର୍ବରୁ ଯୁବତୀ ଜଣକ ନିଜ ଭାବି ସ୍ୱାମୀଙ୍କ ସହିତ ସେଲଫି ନେଉଥିବା ଦେଖି ରାଗିଗଲେ ଝିଅର ବାପା। ସେ ଝିଅକୁ ଖାଦ୍ୟରେ ବିଷ ମିଶାଇ ଖୁଆଇବାକୁ ଦେଲେ।ଫଳରେ ଯୁବତୀର ମୃତ୍ୟୁ ଘଟିଥିଲା। ତା’ପରେ ଯୁବତୀର ମୃତ ଦେହକୁ ପୋତି ଦିଆଯାଇଥିଲା।

ପିତା ନିଜ ପରିବାରର ସମ୍ମାନରେ ଆଞ୍ଚ ନ ଆଣିବା ଲାଗି ଏଭଳି କଠୋର ପଦକ୍ଷେପ ନିଆଯାଇଥିବା କୁହାଯାଉଛି। ଏହି ଘଟଣା ଗତ ମାସରେ ଘଟିଥିଲା। ଯୁବତୀ ଝିଅକୁ ବିଷ ଦେଇ ମାରିବା ପରେ ଭାବି ସ୍ୱାମୀକୁ ଗୁଳି କରି ମଧ୍ୟ ହତ୍ୟା କରାଯାଇଥିଲା। ଯୁବତୀର ମାଆ ପୁଲିସ ନିକଟରେ ଏହି ଘଟଣା ସଂର୍ପକରେ କହିବାପରେ ପୁଲିସ ମୃତ ଯୁବତୀର ବାପା ଏବଂ ଜେଜେଙ୍କୁ ଗିରଫ କରିଛି। ଅନ୍ୟପକ୍ଷରେ ବାପା କହିଛନ୍ତି ଯେ,ତାଙ୍କର ଝିଅ ବିଷ ପିଇ ଆତ୍ମହତ୍ୟା କରିଥିଲା। ଏବେ ପୁଲିସ ମୃତ ଯୁବତୀର ଶବକୁ ଖୋଜି ବାହାର କରି ଅଧିକ ତଦନ୍ତ କରିବ ବୋଲି କୁହାଯାଉଛି।

By amfnews

Related Post