Sun. Mar 8th, 2026

ନିର୍ଦିଷ୍ଟ ଦଳକୁ ଭୋଟ୍‌ ନଦେବାରୁ ସଂଘବଦ୍ଧ ଆକ୍ରମଣ

344 Views

ମୁରିବାହାଲ : ନିର୍ଦ୍ଦିଷ୍ଟ ଦଳକୁ ଭୋଟ ନଦେବାରୁ ଜଣେ ବ୍ୟକ୍ତିଙ୍କୁ ସଂଘବଦ୍ଧ ଆକ୍ରମଣ କରାଯାଇଛି। ଏହି ଘଟଣାରେ ସ୍ଥାନୀୟ ସରପଞ୍ଚଙ୍କ ସମେତ ୪ ଜଣଙ୍କ ବିରୁଦ୍ଧରେ ଥାନାରେ ଅଭିଯୋଗ ହୋଇଥିବା ଜଣାପଡ଼ିଛି। ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ମାଲିସିରା ପଂଚାୟତ ଦେସିଲ ଗ୍ରାମରେ ଏହି ଘଟଣା ଘଟିଛି।

ଆକ୍ରମଣ ଶିକାର ହୋଇଥିବା ବ୍ୟକ୍ତି ହେଲେ, ରାଧେଶ୍ୟାମ ତାଣ୍ଡି (୪୫)। ତାଙ୍କ ଅଭିଯୋଗ ଅନୁସାରେ, ଭୋଟଦାନ ଆରମ୍ଭର ୧ଘଣ୍ଟା ମଧ୍ୟରେ ତାଙ୍କ ଗ୍ରାମର ତଥା ମାଲିସିରା ସରପଞ୍ଚ ଡୋଳାମଣି ବାଗ, ମଧୁ ବାଗ, ଟିକେ ବାଗ ଓ ହେମରାଜ ବାଗ କାହାକୁ ଭୋଟ୍ ଦେବେ ବୋଲି ପଚାରିଥିଲେ। ସେ ଏକ ରାଜନୈତିକ ଦଳକୁ ଭୋଟ୍ ଦେବେ ବୋଲି କହିବାରୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ମାଡ଼ ମାରିଥିଲେ। ପାଖରେ ଥିବା ରଘୁନାଥ ତାଣ୍ଡି ଛଡ଼ାଇବାରୁ ତାଙ୍କୁ ମଧ୍ୟ ମାଡ ମାରିଥିବା ଅଭିଯୋଗ କରିଛନ୍ତି। ଫଳରେ ରାଧେଶ୍ୟାମ ଭୋଟ ଦେଇ ନ ପାରି ସେଠାରୁ ଜୀବନ ବିକଳରେ ଫେରି ଆସିଥିଲେ। ଏ ନେଇ ଅଭିଯୋଗ ପରେ ମୁରିବାହାଲ ଥାନା ପୁଲିସ କେସ୍‌ ନଂ ୫୦/୧୯ରେ ମାମଲା ରୁଜୁ କରାଯାଇଛି।

By amfnews

Related Post