Sat. May 10th, 2025

ନିରଞ୍ଜନଙ୍କ ଟିମ ଘୋଷଣା ପକ୍ରିୟା ଆରମ୍ଭ ….ବିବାଦ ପାଇଁ ଘୋଷଣା ହୋଇପାରୁନି ପୁରାଟିମ୍….୩୧ ଜଣିଆ ସମନ୍ବୟ କମିଟି ଘୋଷଣା

By Naresh Kumar Jul 14, 2018 #Featured
298 Views

ଭୁବନେଶ୍ବର, ୧୪ ଜୁଲାଇ:
ମେ’ ଶେଷ ସୁଦ୍ଧା ପିସିସି ଟିମ୍ ଘୋଷଣା ହେବ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଘୋଷଣା କରିଥିଲେ  । ତେବେ ଏଯାଏଁ ଘୋଷଣା ହୋଇପାରିଲାନି ସମ୍ପୂର୍ଣ୍ଣ ଟିମ୍  । ସେପଟେ ଆଜି ଏକ ୩୧ ଜଣିଆ ସମନ୍ବୟ କମିଟି ଘୋଷଣା କରିଛନ୍ତି ଦଳର ସଭାପତି ରାହୁଲ ଗାନ୍ଧୀ  ।

ଟିମରେ ରହିଛନ୍ତି ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂହ ଅଧ୍ୟକ୍ଷ ଥିବା ବେଳଏ ସଂଯୋଜକ ରହିଛନ୍ତି ଜଗନ୍ନାଥ ପଟ୍ଟନାୟକ  । ଟିମର ସଦସ୍ୟ ଭାବେ ରହିଛନ୍ତି ନିରଞ୍ଜନ ପଟ୍ଟନାୟକ, ସୁଶୀଳା ତିରିଆ, ନରସିଂହ ମିଶ୍ର, ରାମଚନ୍ଦ୍ର ଖୁଣ୍ଟିଆ, ଜି.ରୁଦ୍ର ରାଜୁ, ଅନୀଲ କୁମାର ଚୌଧୁରୀ, ମସ୍ତାନା ୱାଲି, ଆଦିତ୍ୟ ଶର୍ମା, ଚିରଞ୍ଜିବ ବିଶ୍ବାଳ. ନବ କିଶୋର ଦାସ, ପ୍ରଦୀପ ମାଝୀ, ତାରା ପ୍ରସାଦ ବାହିନୀପତି, ଭକ୍ତ ଚରଣ ଦାସ, ହେମାନନ୍ଦ ବିଶ୍ବାଳ, ଜୟଦେବ ଜେନା, ଶ୍ରୀକାନ୍ତ ଜେନା, ପ୍ରସାଦ ହରିଚନ୍ଦନ, ଅନନ୍ତ ପ୍ରସାଦ ସେଠୀ, କାହ୍ନୁଚରଣ ଲେଙ୍କା, କାମାକ୍ଷ୍ୟା ପ୍ରସାଦ ସିଂଦେଓ, ଶରତ ପଟ୍ଟନାୟକ, ବିଶ୍ବରଞ୍ଜନ ମହାନ୍ତି, କିଶୋର ପଟେଲ, ମତଲୁବ ଅଲୀ, ଶିବାନନ୍ଦ ରାୟ, ସମୀର ରାଉତରାୟ, ବିଜୟଲକ୍ଷ୍ମୀ ସାହୁ, ମହମ୍ମଦ ମୋକିମ ଓ ଶ୍ୟାମ ସୁନ୍ଦର ହାଁସଦା  ।

ତେବେ ସମ୍ପୂର୍ଣ୍ଣ ଟିମ ଘୋଷଣା କରିପାରିନି ପିସିସି  । ଦଳରେ ଦେଖାଦେଇଥିବା ଗୋଷ୍ଠିକନ୍ଧଳ ଓ ଦଳ ଛାଡି ନେତାମାନେ ଚାଲିଯାଇଥିବା ହେତୁ ଏହି ଟିମ ଘୋଷଣାରେ ବିଳମ୍ବ ହେଉଥିବା ଦଳ ମଧ୍ୟରେ ଚର୍ଚ୍ଚା ହେଉଛି  । ଗୋଷ୍ଠିକନ୍ଦଳରେ ପୂର୍ଣ୍ଣଚ୍ଛେଦ ପକାଇବା ପାଇଁ ପ୍ରର୍ଯ୍ୟାୟ କ୍ରମେ ଟିମ ଘୋଷଣା ହେଉଥିବା ଏବେ ଦଳୀୟ ମହଲରେ ଚର୍ଚ୍ଚା ହେଉଛି  ।

Related Post