Wed. Nov 27th, 2024

ନିଦ ହଜାଇଲା ରାଜନାଥଙ୍କ ମନ୍ତବ୍ୟ: ଇମ୍ରାନ୍ କହିଲେ, ‘ପାକିସ୍ତାନ ସହ ନେହରୁ ଏବଂ ଗାନ୍ଧି ପରିବାର ବିପଦରେ’

By amfnews Aug 19, 2019 #Featured
333 Views

ଇସ୍‌ଲାମାବାଦ  : ଗତକାଲି ଓ ଅଗଷ୍ଟ ୧୬ରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହଙ୍କ ମନ୍ତବ୍ୟ ପାକିସ୍ତାନର ନିଦ ହଜାଇ ଦେଇଛି। ଗତକାଲି ପିଓକେ ପ୍ରସଙ୍ଗରେ ରାଜନାଥ ସିଂହ କହିଥିଲେ ଭାରତ ପାକିସ୍ତାନ ସହ ଏଥର କଥା ହେଲେ ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ) ବାବଦରେ ଆଲୋଚନା କରିବ। ଏହା ପୂର୍ବରୁ ଅଗଷ୍ଟ ୧୬ରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଭାରତ ଓ ପାକିସ୍ତାନ ମଧ୍ୟରେ ବଢ଼ୁଥିବା ବିବାଦକୁ ନେଇ କହିଥିଲେ ଆବଶ୍ୟକ ପଡ଼ିଲେ ଭାରତ ତାର ପରମାଣୁ ନୀତି ବଦଳାଇବ। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଏହି ପ୍ରସଙ୍ଗରେ ଗତକାଲି ଏକ ସିରିଜ୍ ଟୁଇଟ୍ କରିଛନ୍ତି। ଯାହାକି ପାକିସ୍ତାନ କେତେ ବିଚଳିତ ପ୍ରମାଣିତ ହୋଇଛି।

ଇମ୍ରାନ୍ ଖାନ୍ ବିଶ୍ୱର ସମସ୍ତ ଦେଶକୁ ରାଜନାଥ ସିଂହଙ୍କ ଦ୍ୱାରା ଦିଆଯାଇଥିବା ମନ୍ତବ୍ୟ ଉପରେ ଗୁରୁତ୍ୱାରୋପ କରିବାକୁ କହିଛନ୍ତି। ସେ କହିଛନ୍ତି ‘ଭାରତରେ ଫାଶୀବାଦ ଏବଂ ଜାତିବାଦର ହିନ୍ଦୁ ସରକାର ଚାଲିଛି। ଯାହାକୁ ସାରା ଦୁନିଆ ଆଲୋଚନା କରିବା ଦରକାର। ମୋଦି ସରକାରରେ ଅଳ୍ପ ସଂଖ୍ୟକ, ନେହେରୁ ଗାନ୍ଧି ଏବଂ ପରିବାର ଏବଂ ପାକିସ୍ତାନ ବିପଦରେ ରହିଛି ବୋଲି ଇମ୍ରାନ୍ ଖାନ୍ ଟୁଇଟ୍ କରିଛନ୍ତି। ମୋଦି ସରକାରଙ୍କ ଚରମପନ୍ଥୀ ନୀତିକୁ ସମସ୍ତେ ଭଲ ଭାବରେ ବୁଝିବା ଦରକାର’।

Imran Khan

@ImranKhanPTI

India has been captured, as Germany had been captured by Nazis, by a fascist, racist Hindu Supremacist ideology & leadership.This threatens 9m Kashmiris under siege in IOK for over 2 weeks which shd have sent alarm bells ringing across the world with UN Observers being sent there

Imran Khan

@ImranKhanPTI

And the threat also extends to Pakistan, the minorities in India & in fact the very fabric of Nehru & Gandhi’s India. One can simply Google to understand the link between the Nazi ideology & ethnic cleansing & genocide ideology of the RSS-BJP Founding Fathers.

ସେହିପରି ପାକିସ୍ତାନ ବୈଦେଶିକ ମନ୍ତ୍ରୀ ମେହମୁଦ୍ କୁରେଶୀ ଗତକାଲି କହିଛନ୍ତି ‘ପିଓକେ ପ୍ରସଙ୍ଗରେ ଭାରତ ଏପରି ମତ ଦେବା ଅବୈଧ ପଦକ୍ଷେପ’। ଏଥିସହ ଜମ୍ମୁ କଶ୍ମୀରରେ ଗିରଫ ହୋଇଥିବା ବିଛିନ୍ନତାବାଦୀ ନେତା, ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା, ମେହବୁବା ମୁଫତି ଆଦିଙ୍କୁ ଛାଡ଼ିବା ପାଇଁ ପାକିସ୍ତାନ ବୈଦେଶିକ ମନ୍ତ୍ରୀ କହିଛନ୍ତି।

ସୂଚନାଯୋଗ୍ୟ, ମୋଦି ସରକାର ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବା ପରେ ପାକିସ୍ତାନ ଏହାକୁ ବିରୋଧ କରିଛି। ଏହି ବିବାଦକୁ ଅନ୍ତର୍ଜାତୀୟ ସ୍ତରରେ ବିଚାର କରିବା ପାଇଁ ପାକିସ୍ତାନ ଚେଷ୍ଟା କରି ଫେଲ୍ ମାରୁଛି। ନିକଟରେ ଜାତିସଂଘ ସୁରକ୍ଷା ପରିଷଦରେ ମଧ୍ୟ କଶ୍ମୀର ପ୍ରସଙ୍ଗରେ ଚାଇନାକୁ ଛାଡ଼ିଦେଲେ ଅନ୍ୟ ଚଉଦଟି ଦେଶ ପାକିସ୍ତାନକୁ ସମର୍ଥନ କରିନଥିଲେ। ଜମ୍ମୁ କଶ୍ମୀର ପ୍ରସଙ୍ଗ ଦୁଇ ଦେଶ ମଧ୍ୟରେ ଆଲୋଚନା ହେବା ଦରକାର ବୋଲି ସମସ୍ତ ଦେଶ ମତ ରଖିଛନ୍ତି।

ଭାରତ ଏହି ପ୍ରସଙ୍ଗରେ ପୂର୍ବରୁ ନିଜର ମତ ରଖି ସାରିଛି। ପାକିସ୍ତାନ ପ୍ରଥମେ ଆତଙ୍କବାଦୀ ନିପାତ କରୁ ତାପରେ ଯାଇ ଦ୍ୱିପାକ୍ଷିକ ଆଲୋଚନା ହେବ। ଏଥିସହ ଭାରତ ଓ କଶ୍ମୀର ପ୍ରସଙ୍ଗରେ ଆଲୋଚନା ଶିମଲା ଚୁକ୍ତି ଅନୁଯାୟୀ ହେବ।

ସୂଚନାଯୋଗ୍ୟ, ଧାରା ୩୭୦ ଉଚ୍ଛେଦ ପରେ ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ)ରେ ବସବାସ କରୁଥିବା ଲୋକେ ଭାରତୀୟ ସମ୍ବିଧାନ ଉପରେ ଆସ୍ଥା ପ୍ରକଟ କରିଛନ୍ତି। ସେମାନେ ଭାରତରେ ମିଶିବା ପାଇଁ ଦାବି କରିଛନ୍ତି। ଯାହା ପାକିସ୍ତାନର ସମସ୍ୟାକୁ ବଢ଼ାଇ ଦେଇଛି। ଉଲ୍ଲେଖଯୋଗ୍ୟ, ପିଓକେର ଗିଲଗିଟ୍‌-ବାଲ୍ଟିସ୍ତାନ ଅଞ୍ଚଳର ବାସିନ୍ଦା ଭାରତରେ ମିଶିବା ଦାବି କରି ଅଗଷ୍ଟ ୧୩ରେ ବିକ୍ଷୋଭ କରିଥିଲେ।

ସେହିପରି ଧାରା ୩୭୦ ଉଚ୍ଛେଦ ପରେ ଲୋକସଭାରେ ଗୃହମନ୍ତ୍ରୀ ଅମିତ ଶାହ କହିଥିଲେ ପିଓକେ ଓ ଅକ୍ସାଇ ଚୀନ ଭାରତର ଅବିଚ୍ଛେଦ୍ୟ ଅଙ୍ଗ।

By amfnews

Related Post