Sun. Jun 8th, 2025

ନିଜ ସୀମା ଭିତରେ ରହିବାକୁ କେନ୍ଦ୍ରମନ୍ତ୍ରୀ ଉପନ୍ଦ୍ରେ କୁଶଓ୍ଵହଙ୍କୁ ଜେଡିୟୁର ଚେତାବନୀ

By amfnews Nov 6, 2018 #Featured
263 Views

ପାଟନା , ନଭେମ୍ବର, ୬: କେନ୍ଦ୍ରର ଶାସକ ଏନଡିଏର ସହଯୋଗୀ ଥିବା ଜନତା ଦଳ ୟୁନାଇଟେଡ୍‌ ମୁଖ୍ୟ ତଥା ବିବାହ ମୁଖ୍ୟମନ୍ତ୍ରୀ ନିତୀଶ କୁମାରଙ୍କୁ କେନ୍ଦ୍ରମନ୍ତ୍ରୀ ତଥା ରାଷ୍ଟ୍ରୀୟ ଲୋକ ସମତା ପାର୍ଟିର ମୁଖ୍ୟ ଉପେନ୍ଦ୍ର ଖୁଶଓ୍ଵହ ସମାଲୋଚନା କରି ତାଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେବା ନେଇ କ୍ଷୁବ୍ଧ ହୋଇଛି ଜେଡିୟୁ। ଏପରିକି ଜେଡିୟୁ, କେନ୍ଦ୍ରମନ୍ତ୍ରୀ ଶ୍ରୀ ଖୁଶଓ୍ଵହ ନିଜ ସୀମାରେ ରହିବାକୁ ଜେଡିୟୁ ଚେତାବନୀ ଦେଇଛି।

ଜେଡିୟୁ ବିହାର ରାଜ୍ୟ ସଭାପତି ବଶିଷ୍ଟ ନାରାୟଣ ସିଂହ କେନ୍ଦ୍ରମନ୍ତ୍ରୀ ଖୁଶଓ୍ଵାହଙ୍କୁ ସମାଲୋଚନା କରି କହିଛନ୍ତି ଯେ କୁଶଓ୍ଵହ ଅଯୌକ୍ତିିିକ ଓ ଅନାବଶ୍ୟକ ମନ୍ତବ୍ୟମାନ ଦେଇ ଚାଲିଛନ୍ତି। ବର୍ତ୍ତମାନ ସେ ଉତ୍ତେଜନାକାରୀ ମନ୍ତବ୍ୟ ଦେବାରେ ଅଭ୍ୟସ୍ତ ହୋଇପଡ଼ିଛନ୍ତି। ଏ ପ୍ରକାର ରାଜନୀତିକୁ ଜେଡିୟୁ ନାପସନ୍ଦ କରେ। ଆମ ଦଳ( ଜେଡିୟୁ) କେବେ ଏପରି ମନ୍ତବ୍ୟ ଦେବାକୁ ପସନ୍ଦ କରେ ନାହିଁ।

ତେଶୁ କୁଶଓ୍ପହ ଏପରି ମନ୍ତବ୍ୟ ଦେବାରୁ ବିରତ ହେବା ଉଚିତ। ନିକଟରେ କୁଶଓ୍ଵହ ମଧ୍ୟ ୨୦୨୦ରେ ନିତୀଶ କୁମାର ମୁଖ୍ୟମନ୍ତ୍ରୀ ରହି ନ ପାରନ୍ତି ବୋଲିି ମନ୍ତବ୍ୟ ଦେଇଥିଲେ। ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନିତୀଶ କୁମାରଙ୍କୁ ସାମ୍ବାଦିକମାନେ ପ୍ରଶ୍ନ କରିବାରୁ ସେ କେବଳ ଏତିକି କହିଥିଲେ ଯେ କଥାବାର୍ତ୍ତାର ସ୍ତର ଏତେ ତଳକୁ ଯିବା ଉଚିତ ନୁହେଁ। ତେବେ ଜେଡିୟୁୁର ଏପରି ଚେତାବନୀକୁ ଖାରଜ କରିଛି ଆରଏଲଏସପି। ଦଳର ମୁଖପାତ୍ର ମାଧବ ଆନନ୍ଦ କହିଛନ୍ତି ଯେ ଆରଏଲଏସପି ମୁଖ୍ୟ କୁଶଓ୍ଵହଙ୍କ ଲୋକପ୍ରିୟତାରେ ଜେଡିୟୁ ବିଚଳିତ। କାରଣ ଜେଡିୟୁ ଧୀରେ ଧୀରେ ସତ୍ତା ହରାଇବାକୁ ବସିଛି। ତେବେ ଏନଡିଏର ଦୁଇ ସହଯୋଗୀଙ୍କ ମଧ୍ୟରେ ସୁସମ୍ପର୍କ ସ୍ଥାପନ ହେବ ବୋଲିି ଭାରତୀୟ ଜନତା ପାର୍ଟି ଆଶାବାଦୀ ରହିଛି।

 

By amfnews

Related Post