Sat. Nov 23rd, 2024

ନିଜ ଘରେ ଲଜ୍ଜିତ, ପାକିସ୍ତାନ ସଂସଦରେ ଇମରାନଙ୍କ ବିରୋଧରେ ସେମ୍ ସେମ ନାରାବାଜି

By amfnews Feb 26, 2019 #fatured
403 Views

ନୂଆଦିଲ୍ଳୀ ,ଫେବୃଆରୀ ୨୬ : ଭାରତୀୟ ବାୟୁସେନା ଆଜି ପାକିସ୍ତାନକୁ ମୁହତୋଡ଼ ଜବାବ ଦେଇଛି । ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ୪୦ଜଣ ଯବାନଙ୍କ ସହିଦର ଆଜି ପ୍ରତିଶୋଧ ନେଇଛି ଭାରତୀୟ ବାୟୁସେନାର ୧୨ଟି ମିରାଜ ବିମାନ । ବୋମା ବିସ୍ଫୋରଣ କରି ପାକିସ୍ତାକୁ ଚେତାଇ ଦେଇଛି ଯେ ଭାରତ ଦୁର୍ବଳ ନୁହେଁ । ଭାରତ ଏହି ବୀରତାର ପରିଚୟ ସୃଷ୍ଟି ହୋଇଥିବାରୁ ଅନ୍ୟ ପଡ଼ୋଶୀ ଦେଶ ସମର୍ଥନ କରି ବାଃ ବାଃ କରିଛନ୍ତି । ଭାରତର ଏହି ପାଲଟା ଆକ୍ରମଣର କଡ଼ା ଜବାବ ପରେ ପାକିସ୍ତାନ ସଂସଦରେ ପ୍ରଧାନମନ୍ତ୍ରୀ  ଇମରାନ ଖାନଙ୍କ ବିରୋଧରେ ସେମ୍ ସେମ୍ ନାରା ଦିଆଯାଉଛି ।

ଆଜି ସଂସଦରେ କମ ସଂଖ୍ୟକ ନେତା ଉପସ୍ଥିତ ଥିଲେ । ଏହା ସହ ସଂସଦରେ ପ୍ରଧାନମନ୍ତ୍ରୀ  ଇମରାନ ଖାନଙ୍କ ବିରୋଧରେ ସେମ୍ ସେମ୍ ନାରା ଶୁଭୁଛି । ଏହା ଘଟଣାରେ ପାକିସ୍ତାନ ଭାରତକୁ ନିନ୍ଦା କରିଛନ୍ତି । ବୈଦେଶିକ ମନ୍ତ୍ରୀ ମହମ୍ମଦ କୁରେସୀ କହିଛନ୍ତି ଯେ, ଆଜି ହୋଇଥିବା ଆକ୍ରମଣ ପାଇଁ ସେ ଦୁଃଖିତ ।  ପାକିସ୍ତାନ ନିଜ ରକ୍ଷା କିପରି କରିବ ସେ ଭଲ ଭାବେ ଅବଗତ । ପାକିସ୍ତାନ କେବଳ କିଛି ସୀମାନ୍ତ ଅଂଚଳ ପାଇଁ ଚୁପ ରହିଥିଲା କିନ୍ତୁ ବର୍ତ୍ତମାନ ଆଉ ଚୁପ ରହିବ ନାହିଁ । ଭାରତୀୟ ବାୟୁସେନା ପାକିସ୍ତାନ ଅଧିକୃତ କାଶ୍ମୀର ସୀମାରେ ୧୨ଟି ଯୁଦ୍ଧ ବିମାନ ଆଜି ସକାଳେ ସୀମା ଉଲ୍ଲଂଘନ କରିଛି । ତେଣୁ ପାକିସ୍ତାନ ପାଖରେ ନିଜକୁ ରକ୍ଷା କରିବା ସହ ଜବାବ ଦେବା ଅଧିକାର ରହିଛି ବୋଲି କହିଛନ୍ତି । ପାକିସ୍ତାନରେ ଆଇଓସିର ଏହି ବୈଠକ ବହିଷ୍କାର କରିବାର ଦାବି ଉଠୁଛି

ଅନ୍ୟପକ୍ଷରେ ଏହି ଘଟଣାରେ ଚର୍ଚ୍ଚା କରିବାକୁ ପାକିସ୍ଥାନ ପ୍ରଧାନମନ୍ତ୍ରୀ  ଇମରାନ ଖାନ ଜରୁରୀକାଳୀନ ବୈଠକର ଅଧକ୍ଷତା କରୁଛନ୍ତି ।

By amfnews

Related Post